Advertisment

Cash Seized: ୨.୬୯ ଲକ୍ଷ ଟଙ୍କା ସହ ୧୯ଟି ବିଦେଶୀ ନୋଟ୍ ଜବତ; ଅଭିଯୁକ୍ତ ଫେରାର

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରୁ ୨ ଲକ୍ଷ ୬୮ ହଜାର ୭୭୪ ଟଙ୍କା ସହିତ ୧୯ଟି ବିଦେଶୀ ନୋଟ୍ ଜବତ କରାଯାଇଛି। ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Seized notes
Advertisment

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରୁ ୨ ଲକ୍ଷ ୬୮ ହଜାର ୭୭୪ ଟଙ୍କା ସହିତ ୧୯ଟି ବିଦେଶୀ ନୋଟ୍ ଜବତ କରାଯାଇଛି। ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Advertisment

ବଲାଙ୍ଗିର ରେଳବାଇ ସୁରକ୍ଷା ବଳର ହାବିଲଦାର ହୀରାଲାଲ ସିଂହ ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ପ୍ଲାଟଫର୍ମରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା। ଉକ୍ତ ବ୍ୟକ୍ତିଙ୍କ ପାଖରେ ଏକ ବ୍ୟାଗ ଥିଲା। ସନ୍ଦେହରେ ହାବିଲଦାର ହୀରାଲାଲ ସିଂହ ତାଙ୍କୁ ବ୍ୟାଗ୍‌ରେ କ’ଣ ଅଛି ବୋଲି ପଚାରିଥିଲେ। କିନ୍ତୁ ବ୍ୟକ୍ତି ଜଣଙ୍କ ତାଙ୍କ ପ୍ରଶ୍ନର ଉତ୍ତର ନଦେଇ ଝାନସୀ ଯିବାକୁ ପୁରୀ-ଦୁର୍ଗ ଟ୍ରେନ୍‌କୁ ଅପେକ୍ଷା କରିଥିବା କହିଥିଲେ। ତା’ପରେ ସେ ହଠାତ୍ ବ୍ୟାଗ୍ ଛାଡ଼ି ସେଠାରୁ ଦୌଡ଼ି ପଳାଇଥିଲେ।

ଏହା ପରେ ହାବିଲଦାର ହୀରାଲାଲ ସିଂହ ବଲାଙ୍ଗିର ଆରପିଏଫ ଓ ଡୁଙ୍ଗୁରିପାଲି ଷ୍ଟେସନ ମାଷ୍ଟରକୁ ଖବର ଦେଇଥିଲେ। ସେମାନେ ସେଠାରେ ପହଞ୍ଚିବା ପରେ ବ୍ୟାଗ୍‌ଟିକୁ ଯାଞ୍ଚ କରାଯାଇଥିଲା। ବ୍ୟାଗ୍‌ରୁ ୨ ଲକ୍ଷ ୬୮ ହଜାର ୭୭୪ ଟଙ୍କା ସହ ୧୯ ଟି ବିଦେଶୀ ନୋଟ୍‌ ମିଳିଥିଲା। ଏହି ୧୯ଟି ବିଦେଶୀ ନୋଟ୍‌ ମଧ୍ୟରେ ୟୁଏଇ, ମାଲେସିଆ, ଚାଇନା ଓ ଥାଇଲ୍ୟାଣ୍ଡର ନୋଟ୍ ରହିଥିଲା। ସେଗୁଡ଼ିକୁ ଜବତ କରି ଡୁଙ୍ଗୁରିପାଲି ଥାନା ପୁଲିସକୁ ହସ୍ତାନ୍ତର କରିଥିଲା ଆରପିଏଫ। ପୁଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।  

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe