sleeping_couple_graphic-1
କୋରାପୁଟ(ଓଡ଼ିଶା ରିପୋର୍ଟର):ଦେହ ସହ ଦେହର ମିଳନ। ମନ ସହ ମନର ମିଳନ। ନିର୍ବିକାର, ନିଃଷ୍ପ୍ରାଣ ଶରୀର। ଲୋଡ଼ାପଡ଼ିନି ଫୁଲର ଶେଯ। ବରଂ କଣ୍ଟା ଶେଯରେ ଚିରନିଦ୍ରାରେ ଶୋଇଯାଇଛନ୍ତି ଦୁଇ ନୀରିହ ପ୍ରେମପକ୍ଷୀ। ନା ଅଛି ମନରେ ସଙ୍କୋଚ ନା ଅଛି ସମାଜକୁ ଭୟ। ସାକ୍ଷୀ ରହିଛି ଗଛଲତା ଓ ବଣ ପାହାଡ଼ ଘେରା ଜଙ୍ଗଲ। ଶରୀରରେ ଜୀବନ ନଥିଲା ସତ, ହେଲେ ଜୀବନ୍ତ ଲାଗୁଥିଲା ପ୍ରେମ। ଯେମିତି କୁହାଯାଏ ପ୍ରେମ ଅମର ସେମିତି କିଛି ବାର୍ତ୍ତା ବହନ କରୁଥିଲା ସେଇ ଦୁଃଖଦ ଚିତ୍ର।
ସମାଜର ଟାହିଟାପରା, ଆକଟ ଓ ନିନ୍ଦା-ଅପବାଦକୁ ସହିନପାରି ଶେଷରେ ଆତ୍ମହତ୍ୟା ଭଳି ଚରମପନ୍ଥାକୁ ବାଛିନେଇଛନ୍ତି ଏହି ପ୍ରେମୀଯୁଗଳ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଗୌଡ଼କଙ୍କଡ଼ାପୁଟ ଗାଁରେ ଏପରି ଏକ ହୃଦୟ ଥରା ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣାଟି ଏମିତି। ସମ୍ପର୍କର ସବୁ ସୀମାକୁ ଭୁଲି ପ୍ରେମ କରି ବସିଥିଲେ, ଦାଦା-ଝିଆରୀ। ଦୁହେଁଙ୍କୁ ବେଶୀ ବୟସ ହେବନି। ଉଭୟେ ନାବାଳକ ଓ ନାବାଳିକା।
ହେଲେ ତାଙ୍କ ପ୍ରେମକୁ ସ୍ୱୀକାର କରିନଥିଲା ତାଙ୍କ ପରିବାର ଆଉ ନିୟମରେ ବନ୍ଧା ସମାଜ। ତେଣୁ ବିଭିନ୍ନ ଆଡ଼ୁ ନିନ୍ଦା ଅପବାଦ ମିଳିବାରୁ ଉଭୟେ ସବୁ ପ୍ରକାର ବାଧାବନ୍ଧନକୁ ଡେଇଁ ନିଖୋଜ ହୋଇଯାଇଥିଲେ। ୧୫ ଦିନ ତଳେ ଘରୁ କେଉଁଆଡ଼େ ପଳାଇଯାଇଥିଲେ। ହେଲେ ପ୍ରେମକୁ ସାକାର କରିବା ପୂର୍ବରୁ ହାର ମାନିଯାଇଥିଲେ। ଆଉ କରିଥିଲେ ଆତ୍ମହତ୍ୟା। ଗତକାଲି ରାତିରେ ସେମାନଙ୍କ ମୃତଦେହ ଆମ୍ୱଗଛ ତଳେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଦୁହେଁ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କାକିରିଗୁମା ପୁଲିସ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/sleeping_couple_graphic-1.jpg)