Advertisment

ପିପିଲି ଗଣଦୁଷ୍କର୍ମ ମାମଲା: ଦୁଇ ଅଭିଯୁକ୍ତ ଭାଇ 'ନିର୍ଦ୍ଦୋଷ' ସାବ୍ୟସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଭାଇ ଦୋଷମୁକ୍ତ। ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଆଜି ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ଶୁକାନ୍ତ ପ୍ରଧାନଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ଏହି ଘଟଣାର ୯୯ ଜଣ ସାକ୍ଷୀ ଥିବାବେଳେ ୧୫ ଜଣ ଡାକ୍ତରଙ୍କୁ ମିଶାଇ ୭୬ ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହିପରି ଅଭିଯୁକ୍ତଙ୍କ ଲାଏ ଡିଟେକସନ ଟେଷ୍ଟ ସହ କଲ ଡିଟେକସନ ଓ ଏକ୍ସଟ୍ରା ଜୁଡିସିଆଲ୍‌ କନ୍‌ଫେସନ୍‌ […]

ଅଦ୍ୟତନ ହୋଇଛି
ମରିଗଲା ମାନବିକତା: ଅପହରଣ କରି ମହିଳାଙ୍କ ସହ ଦୁଷ୍କର୍ମ କଲେ ୨୩ ଦୁର୍ବୃତ୍ତ

gangrape

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଭାଇ ଦୋଷମୁକ୍ତ। ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଆଜି ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ଶୁକାନ୍ତ ପ୍ରଧାନଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ଏହି ଘଟଣାର ୯୯ ଜଣ ସାକ୍ଷୀ ଥିବାବେଳେ ୧୫ ଜଣ ଡାକ୍ତରଙ୍କୁ ମିଶାଇ ୭୬ ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହିପରି ଅଭିଯୁକ୍ତଙ୍କ ଲାଏ ଡିଟେକସନ ଟେଷ୍ଟ ସହ କଲ ଡିଟେକସନ ଓ ଏକ୍ସଟ୍ରା ଜୁଡିସିଆଲ୍‌ କନ୍‌ଫେସନ୍‌ ସହିତ ପାରିପାର୍ଶିକ ପ୍ରମାଣ ଯୋଗାଡ଼ କରିଥିଲା ପୁଲିସ।ତେବେ ଘଟଣାର କେହି ପ୍ରତକ୍ଷ୍ୟଦର୍ଶୀ ନରହିବା ଓ ପାରିପାର୍ଶିକ ପ୍ରମାଣକୁ ବଳିଷ୍ଠ ଭାବେ ଉପସ୍ଥାପନ କରିବାରେ ବିଫଳତା ହେତୁ ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ ହୋଇପାରିନାହିଁ।

Advertisment

୨୦୧୧ ନଭେମ୍ବର ୨୯ ତାରିଖରେ ପିପିଲି ଅର୍ଜୁନଗଦା ନିକଟ ବିଲ ଭିତରୁ ପୀଡିତାକୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଦୁଷ୍କର୍ମ ସହ ହତ୍ୟା ଲାଗି ଉଦ୍ୟମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

୨୦୧୨ ଜୁନ ୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାକୁ ରଫାଦଫା ଲାଗି ତତ୍କାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀ  ଚାପ ପକାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତାଙ୍କୁ ମନ୍ତ୍ରିପଦ ହରାଇବାକୁ ବି ପଡ଼ିଥିଲା। ସେହିପରି ମାମଲା ରୁଜୁ କରିବାରେ ଅବହେଳା ଦେଖାଇଥିବା ଅଭିଯୋଗରେ ତତ୍କାଳୀନ ପିପିଲି ଥାନା ଆଇଆଇସି ଅମୂଲ୍ୟ ଚମ୍ପତିରାୟଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ପରେ ଅବଶ୍ୟ ସେ ଚାକିରିରେ ପୁନଃଅବସ୍ଥାପିତ ହୋଇଥିଲେ। ଏବେ ଉଭୟ ଅଭିଯୁକ୍ତ ଖଲାସ ହେବା ପରେ କ୍ରାଇମବ୍ରାଞ୍ଚର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe