Advertisment

କନିଆ କିଣିବାକୁ ଆସି ବର ଭାଣ୍ଡିଆ, ଚର୍ଚ୍ଚାରେ ୨ ଦଲାଲ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କନିଆ କିଣିବାକୁ ଆସି ବର ଭାଣ୍ଡିଆ। ଏବେ ବଲାଙ୍ଗିରରେ ଏମିତି ଚର୍ଚ୍ଚା ଜୋର ଧରିଛି।  ଗତ  ସପ୍ତାହେ ହେବ ବଲାଙ୍ଗିରରେ ଚକର କାଟୁଛନ୍ତି ଉତ୍ତରପ୍ରଦେଶର ଦୁଇଜଣ ଯୁବକ।  ବାହାଘର ପାଇଁ ଝିଅ କିଣିବାକୁ ଆସି ଏଠି ଦଲାଲ ହାତରେ ଶିଶୁପାଳ ହୋଇଛନ୍ତି  । ସେମାନଙ୍କ ପାଖରୁ ଟଙ୍କା ନେଇ ଦଲାଲ ଫେରାର ହୋଇଛି। ଏବେ ସାମ୍ନାକୁ ଆସିଛନ୍ତି ଘଟଣାର ମୁଖ୍ୟ ନାୟିକା ରହସ୍ୟମୟୀ ମହିଳା । ଯିଏ ନିଜ ଭଉଣୀକୁ ଦେଖାଇ କନିଆ ଦେଖା […]

ଅଦ୍ୟତନ ହୋଇଛି
କନିଆ କିଣିବାକୁ ଆସି ବର ଭାଣ୍ଡିଆ, ଚର୍ଚ୍ଚାରେ ୨ ଦଲାଲ

690

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କନିଆ କିଣିବାକୁ ଆସି ବର ଭାଣ୍ଡିଆ। ଏବେ ବଲାଙ୍ଗିରରେ ଏମିତି ଚର୍ଚ୍ଚା ଜୋର ଧରିଛି।  ଗତ  ସପ୍ତାହେ ହେବ ବଲାଙ୍ଗିରରେ ଚକର କାଟୁଛନ୍ତି ଉତ୍ତରପ୍ରଦେଶର ଦୁଇଜଣ ଯୁବକ।  ବାହାଘର ପାଇଁ ଝିଅ କିଣିବାକୁ ଆସି ଏଠି ଦଲାଲ ହାତରେ ଶିଶୁପାଳ ହୋଇଛନ୍ତି  । ସେମାନଙ୍କ ପାଖରୁ ଟଙ୍କା ନେଇ ଦଲାଲ ଫେରାର ହୋଇଛି। ଏବେ ସାମ୍ନାକୁ ଆସିଛନ୍ତି ଘଟଣାର ମୁଖ୍ୟ ନାୟିକା ରହସ୍ୟମୟୀ ମହିଳା । ଯିଏ ନିଜ ଭଉଣୀକୁ ଦେଖାଇ କନିଆ ଦେଖା ନାଟକର ମୁଖ୍ୟ ନାୟିକା ଥିଲେ। କିନ୍ତୁ ପୂରା ଘଟଣାକୁ ଦେଖିଲେ ଦୁଇଟି କଥା ସାମ୍ନାକୁ ଆସୁଛି। ପ୍ରଥମଟି ହେଲା ନୀରିହ ମହିଳା ମାନଙ୍କୁ  ଚାଲାଣ କରାଯାଉଛି। ଅନ୍ୟପଟେ କନିଆ ଯୋଗେଇଦେବା ନାମରେ ଯୁବକଙ୍କୁ ହରିଲୁଟ୍‌ କରାଯାଉଛି।

Advertisment

ସୂଚନା ଅନୁଯାୟୀ, ଦୀପକ ମିଶ୍ର  ଓ ତାଙ୍କ ଷଢୁ ଏଠୁ ଅନେକ ଯୁବତୀଙ୍କୁ ନେଇ ଉତ୍ତରପ୍ରଦେଶରେ ବାହାଘର କରାଇଛନ୍ତି। ଉତ୍ତରପ୍ରଦେଶରୁ ବଲାଙ୍ଗିରକୁ ଯୁବକ ମାନଙ୍କୁ ଡାକିବା ଦୀପକଙ୍କ ଷଢୁର କାମ  । ଆଉ ବଲାଙ୍ଗିରରେ ନିଜ କାରନାମା ଦେଖାଇଥାନ୍ତି ଦୀପକ ମିଶ୍ର ।  କିଛି ମହିଳାଙ୍କୁ ସେଟିଂ କରି  ପଇସା ଦେଇ ଆୟୋଜିତ ହୁଏ କନିଆ ଦେଖା ନାଟକ । ଏପରିକି ଲୋକ ଦେଖାଣିଆ ଭାବେ କିଛି ମନ୍ଦିରରେ ନକଲି ବାହାଘର କରାଇ ଅସଲି ବରକୁ ହରିଲୁଟ କରାଯାଏ। ଆଉ କିଛି ଲୋକଙ୍କୁ ବାହାଘର ଆଗରୁ ଝିଅ ମନା କରିଦେଲା କହି, ଅଗ୍ରୀମ ଟଙ୍କା ନେଇ ଧମକ ଚମକ ଦେଇ ବାହାରୁ ଆସିଥିବା ବରକୁ ଭାଣ୍ଡିଆ କରି ଏମାନେ ତଡି ଦେଇଥାଆନ୍ତି  । ଏଥର କିନ୍ତୁ କଥା ହେଲା ଓଲଟିଗଲା ।  ବଲାଙ୍ଗିର ଟାଉନଥାନାରେ ଅଭିଯୋଗ କଲେ ଠକାମୀର ଶିକାର ହୋଇଥିବା ଦୁଇ ଯୁବକ। ହେଲେ ଗତ ୧୯ ତାରିଖରୁ ଅଭିଯୋଗ କରିଥିଲେ ବି ଏଯାଏ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ।  ଆଉ ଠକାମୀର ଶିକାର ହୋଇଥିବା ଦୁଇଜଣ ଭାଣ୍ଡିଆ ବର ଏବେ ବି ବଲାଙ୍ଗିରରେ ପଡିରହିଛନ୍ତି । ତେବେ ଘଟଣା ଦିନ ବିବାହ ପାଇଁ କେମିତି କନିଆ ଦେଖା ନାଟକ ରଚନା କରାଯାଇଥିଲା ତାର ପର୍ଦ୍ଦାଫାସ କରିଛି ପୁଲିସ।

ଦୀପକ ମିଶ୍ର ଓ ତାଙ୍କ ଷଢ଼ୁ ଜଣେ  ମହିଳା ଜଣଙ୍କ ସହିତ କଥାବାର୍ତ୍ତା କରି ତାର ଭଉଣୀକୁ ବାହା କରେଇବାକୁ ଦୁଇଜଣ ଯୁବକଙ୍କୁ ଦେଖାଇବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ମହିଳାଙ୍କ ଲଲିତନଗର ଘରର ଠିକଣା ଦିଆଯାଇଥିଲା  । ନିର୍ଦ୍ଧାରିତ ସମୟ ଅନୁଯାୟୀ ଉତ୍ତରପ୍ରଦେଶର ଦୁଇଜଣ ଯୁବକଙ୍କୁ ନେଇ ଲଲିତନଗର ଘରେ ପହଞ୍ଚିଥିଲେଅ  ଦୀପକ ମିଶ୍ର ଓ ତାର ଷଢୁ  । ଆଉ ପୂର୍ବରୁ କଥାବାର୍ତ୍ତା ହୋଇଥିବା ମହିଳା ଜଣକ ନିଜ ଭଉଣୀକୁ ନେଇ ସେଠି ପହଞ୍ଚିଲା । ପରେ ଖିଆପିଆ ସହ କନିଆ ଦେଖା ବି ହୋଇଥିଲା  । ଟଙ୍କା ପଇସାର ମୁଳଚାଳ ବି ହୋଇଥିଲା।  ବାହାଘର ଆଗରୁ କନିଆ କିଣା ବାବଦକୁ ଅଗ୍ରୀମ ୭୦ ହଜାର ଟଙ୍କା ନେଇଥିଲା ଦୀପକ ମିଶ୍ର । ଏପରିକି ଦୀପକ ମିଶ୍ର ପାଖରୁ ଝିଅ ଦେଖେଇବା ବାବଦରେ ମହିଳା ଜଣକ ହଜାରେ ଟଙ୍କା ନେଇଥିଲା।  କିନ୍ତୁ ପୂରା ଘଟଣାର ମୁଖ୍ୟ ଖଳନାୟକ ଦୀପକ ମିଶ୍ର ଓ ତାର ଷଢୁ ଏବେ ବି ଫେରାର ଅଛନ୍ତି।

Advertisment

ଆଗକୁ ପଢନ୍ତୁ : ରାସ୍ତାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଦାବି ପୂରଣ ନହେବା ଯାଏ ଚାଲିବ ଆନ୍ଦୋଳନ

Odisha News Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe