କାଲି ଆଖୁ କିଆରୀକୁ ଯାଇଥିଲେ୨ ଭଉଣୀ, ଆଜି ନଦୀରୁ ମିଳିଲା ମୃତ ଦେହ

ନବରଙ୍ଗପୁର (ନବଘନ ବିଶୋଇ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଭାସ୍କେଲ ନଦୀରୁ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଭଉଣୀ ଦୁଇଜଣ ହେଲେ ଜୟମଣି ପୂଜାରୀ (୬ ), ହେମବତୀ ପୂଜାରୀ (୭ )। ଦୁଇ ଭଉଣୀ କୋଷାଗୁମୁଡ଼ା ବ୍ଲକ୍‌ ରୁନିଗୁଡ଼ା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ଦୁଇ ଭଉଣୀ ଗାଁ ନିକଟରେ ଥିବା ଆଖୁ କିଆରୀକୁ ଯିବାକୁ କହି ଘରୁ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। […]

sis

sis

Puspanjali Panda
  • Published: Wednesday, 11 March 2020
  • Updated: 11 March 2020, 04:27 PM IST

Sports

Latest News

ନବରଙ୍ଗପୁର (ନବଘନ ବିଶୋଇ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଭାସ୍କେଲ ନଦୀରୁ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଭଉଣୀ ଦୁଇଜଣ ହେଲେ ଜୟମଣି ପୂଜାରୀ (୬ ), ହେମବତୀ ପୂଜାରୀ (୭ )। ଦୁଇ ଭଉଣୀ କୋଷାଗୁମୁଡ଼ା ବ୍ଲକ୍‌ ରୁନିଗୁଡ଼ା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ଦୁଇ ଭଉଣୀ ଗାଁ ନିକଟରେ ଥିବା ଆଖୁ କିଆରୀକୁ ଯିବାକୁ କହି ଘରୁ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଦୁହିଁଙ୍କୁ ପାଇନଥିଲେ।

ଏହାପରେ ଗାଁ ଲୋକେ ଭାସ୍କେଲ ନଦୀରେ ଦୁଇ ଭଉଣୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଭଉଣୀକୁ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ।

ତେବେ ଦୁଇ ଭଉଣୀରେ ନଦୀରେ କିପରି ଭାସିଲେ ଏହାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos