Advertisment

କାଲି ଆଖୁ କିଆରୀକୁ ଯାଇଥିଲେ୨ ଭଉଣୀ, ଆଜି ନଦୀରୁ ମିଳିଲା ମୃତ ଦେହ

ନବରଙ୍ଗପୁର (ନବଘନ ବିଶୋଇ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଭାସ୍କେଲ ନଦୀରୁ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଭଉଣୀ ଦୁଇଜଣ ହେଲେ ଜୟମଣି ପୂଜାରୀ (୬ ), ହେମବତୀ ପୂଜାରୀ (୭ )। ଦୁଇ ଭଉଣୀ କୋଷାଗୁମୁଡ଼ା ବ୍ଲକ୍‌ ରୁନିଗୁଡ଼ା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ଦୁଇ ଭଉଣୀ ଗାଁ ନିକଟରେ ଥିବା ଆଖୁ କିଆରୀକୁ ଯିବାକୁ କହି ଘରୁ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। […]

ଅଦ୍ୟତନ ହୋଇଛି
କାଲି ଆଖୁ କିଆରୀକୁ ଯାଇଥିଲେ୨ ଭଉଣୀ, ଆଜି ନଦୀରୁ ମିଳିଲା ମୃତ ଦେହ

sis

Advertisment

ନବରଙ୍ଗପୁର (ନବଘନ ବିଶୋଇ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଭାସ୍କେଲ ନଦୀରୁ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଭଉଣୀ ଦୁଇଜଣ ହେଲେ ଜୟମଣି ପୂଜାରୀ (୬ ), ହେମବତୀ ପୂଜାରୀ (୭ )। ଦୁଇ ଭଉଣୀ କୋଷାଗୁମୁଡ଼ା ବ୍ଲକ୍‌ ରୁନିଗୁଡ଼ା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

Advertisment

ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ଦୁଇ ଭଉଣୀ ଗାଁ ନିକଟରେ ଥିବା ଆଖୁ କିଆରୀକୁ ଯିବାକୁ କହି ଘରୁ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଦୁହିଁଙ୍କୁ ପାଇନଥିଲେ।

ଏହାପରେ ଗାଁ ଲୋକେ ଭାସ୍କେଲ ନଦୀରେ ଦୁଇ ଭଉଣୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଭଉଣୀକୁ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ।

Advertisment

ତେବେ ଦୁଇ ଭଉଣୀରେ ନଦୀରେ କିପରି ଭାସିଲେ ଏହାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe