Advertisment

ଡକାୟତିକୁ ପୁରିଲା ଦୁଇ ମାସ, ଲୁଟେରାଙ୍କ ସନ୍ଧାନ ପାଉନି ପୁଲିସ

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ବଲାଙ୍ଗୀର ସହରର ପ୍ୟାଲେସ୍‌ଲାଇନ୍‌ ପଡ଼ାର ପ୍ୟାଲେସ ନିକଟରେ ଜୁନ୍‌ ୨୬ ତାରିଖରେ ହୋଇଥିବା ସଶସ୍ତ୍ର ଡକାୟତିକୁ  ପୁରିଛି ଦୁଇମାସ। ଏହି ଘଟଣାକୁ ଦୁଇମାସ ପୁରି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି। ଅପରାଧୀଙ୍କୁ ଏପର୍ଯ୍ୟନ୍ତ ପୁଲିସ ଧରିପାରିନାହିଁ। ଡକାୟତି ହୋଇଥିବା ଘର ମାଲିକଙ୍କ ନାମ ସୂର୍ଯ୍ୟକାନ୍ତ। ଉତ୍ତରପ୍ରଦେଶର ସେରଗଂଜ ଗାଁରୁ ଆସିଥିବା ସୁର୍ଯ୍ୟକାନ୍ତ ବଲାଙ୍ଗିର ସହର ପ୍ୟାଲସ ନିକଟରେ ଏକ ଘର ଭଡା ନେଇ ରହୁଥିଲେ। ଗତ ୨୬ ତାରିଖ ଦିନ […]

ଅଦ୍ୟତନ ହୋଇଛି
ଡକାୟତିକୁ ପୁରିଲା ଦୁଇ ମାସ, ଲୁଟେରାଙ୍କ ସନ୍ଧାନ ପାଉନି ପୁଲିସ

p22

Advertisment

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ବଲାଙ୍ଗୀର ସହରର ପ୍ୟାଲେସ୍‌ଲାଇନ୍‌ ପଡ଼ାର ପ୍ୟାଲେସ ନିକଟରେ ଜୁନ୍‌ ୨୬ ତାରିଖରେ ହୋଇଥିବା ସଶସ୍ତ୍ର ଡକାୟତିକୁ  ପୁରିଛି ଦୁଇମାସ। ଏହି ଘଟଣାକୁ ଦୁଇମାସ ପୁରି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି। ଅପରାଧୀଙ୍କୁ ଏପର୍ଯ୍ୟନ୍ତ ପୁଲିସ ଧରିପାରିନାହିଁ।

Advertisment

ଡକାୟତି ହୋଇଥିବା ଘର ମାଲିକଙ୍କ ନାମ ସୂର୍ଯ୍ୟକାନ୍ତ। ଉତ୍ତରପ୍ରଦେଶର ସେରଗଂଜ ଗାଁରୁ ଆସିଥିବା ସୁର୍ଯ୍ୟକାନ୍ତ ବଲାଙ୍ଗିର ସହର ପ୍ୟାଲସ ନିକଟରେ ଏକ ଘର ଭଡା ନେଇ ରହୁଥିଲେ। ଗତ ୨୬ ତାରିଖ ଦିନ ରାତି ୧୨ ଟାରେ ଦୁଇଜଣ ମୁଖାପିନ୍ଧା ବ୍ୟକ୍ତି ତାଙ୍କ ଘରର କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ଦୁଇ ଦୁର୍ବୁତ୍ତ ହଠାତ ତାଙ୍କ ଉପରକୁ ଛୁରୀ ଓ ବାଡିରେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ସୂର୍ଯ୍ୟକାନ୍ତ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କର ତିନି ହଜାର ଟଙ୍କା ଏବଂ ମୋବାଇଲ ଫୋନ୍‌ ଧରି ଫେରାର ମାରିଥିଲେ ଲୁଟେରା। ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ ସୂର୍ଯ୍ୟକାନ୍ତ। ହେଲେ ଅଭିଯୋଗ କରିବାର ପାଖାପାଖି ଦୁଇ ମାସ ପରେ ମଧ୍ୟ ପୁଲିସ ଅପରାଧୀଙ୍କ ସନ୍ଧାନ ପାଇପାରିନାହିଁ।

Advertisment

ହସପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ସୂର୍ଯ୍ୟକାନ୍ତ ନ୍ୟାୟ ପାଇଁ ଏବେ ବାର ଦୁଆର ହେଉଛନ୍ତି। ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସି ସେ ପୁଣିଥରେ ଅଭିଯୋଗ ଦାୟର କରିଛନ୍ତି। ସେପଟେ ବଲାଙ୍ଗୀର ଟାଉନ ପୁଲିସ କରୋନାର ଆଳ ଦେଖାଇ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁନଥିବା ସୂର୍ଯ୍ୟକାନ୍ତ ଅଭିଯୋଗ କରିଛନ୍ତି। ତେବେ ଏନେଇ ପୁଲିସର ମତାମତ ମିଳିପାରିନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe