Advertisment

ନକଲି ଔଷଧ ବିକ୍ରି, ଆଉ ୨ ଷ୍ଟକିଷ୍ଟ ଗିରଫ

କଟକ(ଓଡ଼ିଶା ରିପୋର୍ଟର): କଟକରେ ନକଲି ଟେଲ୍‌ମା-40 ଔଷଧ କାରବାର ମାମଲାରେ ଜୋରଦାର ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୁଲିସ। ଏହି ମାମଲାରେ ପୂର୍ବରୁ ୨ ଜଣ ଡିଷ୍ଟ୍ରିବ୍ୟୁଟରଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଔଷଧ କିଣୁଥିବା ଆଉ ୨ ଜଣ ଷ୍ଟକିଷ୍ଟଙ୍କୁ ଆଜି ଗିରଫ କରାଯାଇଛି। ସେମାନେ ହେଲେ ନୟାସଡ଼କ ଓ ନିମଚଉଡି ଅଞ୍ଚଳର ସିବି କୁମାର କୟାଲ ଏବଂ ମହେନ୍ଦ୍ର କୁମାର ମୋଦି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି […]

ଅଦ୍ୟତନ ହୋଇଛି
ନକଲି ଔଷଧ ବିକ୍ରି, ଆଉ ୨ ଷ୍ଟକିଷ୍ଟ ଗିରଫ

tel

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକରେ ନକଲି ଟେଲ୍‌ମା-40 ଔଷଧ କାରବାର ମାମଲାରେ ଜୋରଦାର ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୁଲିସ। ଏହି ମାମଲାରେ ପୂର୍ବରୁ ୨ ଜଣ ଡିଷ୍ଟ୍ରିବ୍ୟୁଟରଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଔଷଧ କିଣୁଥିବା ଆଉ ୨ ଜଣ ଷ୍ଟକିଷ୍ଟଙ୍କୁ ଆଜି ଗିରଫ କରାଯାଇଛି। ସେମାନେ ହେଲେ ନୟାସଡ଼କ ଓ ନିମଚଉଡି ଅଞ୍ଚଳର ସିବି କୁମାର କୟାଲ ଏବଂ ମହେନ୍ଦ୍ର କୁମାର ମୋଦି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

Advertisment

ଏମାନେ ପୂର୍ବରୁ ଗିରଫ ହୋଇଥିବା ଦୁଇଟି ଡିଷ୍ଟ୍ରବ୍ୟୁଟର ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇଜର୍ସ ଠାରୁ ନକଲି ଔଷଧ କିଣି ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଉଥିଲେ। ଏହି ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ୮ ହଜାର ଷ୍ଟ୍ରିପ ନକଲି ଟେଲ୍‌ମା-40 ଔଷଧ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଏହି ଦୁଇ ଜଣ  କେବେ ଠାରୁ ନକଲି ଔଷଧ କାରବାର କରୁଥିଲେ ଆଉ କାହାକୁ କାହାକୁ ଔଷଧ ବିକ୍ରି କରିଛନ୍ତି ସେ ଦିଗରେ ତଦନ୍ତ କରାଯାଉଥିବା ବେଳେ ଦୁଇ ଷ୍ଟକିଷ୍ଟଙ୍କ ଆର୍ଥିକ କାରବାର ବାବଦରେ ମଧ୍ୟ ପୁଲିସ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି।

ଏହି ମାମଲାରେ ଏଯାବତ ୫୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହେବା ସହିତ ୬ ଜଣ ଗିରଫ ହୋଇସାରିଛନ୍ତି। ତେବେ ଏହି ନକଲି ଔଷଧ କେଉଁଠି ତିଆରି ହେଉଥିଲା, ତାର ଟେର୍ ପାଉନି ପୁଲିସ। ଯାହାକୁ ଉଦ୍‌ବେଗ ପ୍ରକାଶ ପାଇଛି।

Advertisment

ରାଜ୍ୟରେ ନକଲି ଔଷଧ କାରବାର ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଷ୍ଟକିଷ୍ଟ୍, ଡିଷ୍ଟ୍ରିବ୍ୟୁଟରଙ୍କ ସହ ବଡ ରାକେଟଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe