truck-accident
ସୋନପୁର (ରବୀନ୍ଦ୍ର ହୋତା): ଗତକାଲି ସୋନପୁର-ସମ୍ୱଲପୁର ରାସ୍ତାର ମେଟାକାନୀ ନିକଟରେ ହୋଇଥିବା ଟ୍ରକ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟଛି। ଏଥିସହ ବ୍ୟାଣ୍ଡପାର୍ଟିର ଆଉ ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ବ୍ୟାଣ୍ଡପାର୍ଟିର ଆଉ ୬ ଜଣ ସଦସ୍ୟ ଏବେବି ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଖେମାଲୋଏ ଗାଁର ଏକ ବ୍ୟାଣ୍ଡପାର୍ଟି ଟିମ୍ ଏକ ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ ବଜାଇବା ପାଇଁ ପିକ୍ଅପ୍ ଭ୍ୟାନ୍ରେ ରାମପୁର ରୁଷୁଡ଼ାକୁ ଯାଉଥିଲେ। ତେବେ ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀରେ ଏକ ଟ୍ରକ୍ ସହ ପିକ୍ଅପ୍ ଭ୍ୟାନ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତେଜରାଜ ବାଗ ଓ ଉତ୍ତମ ଡଙ୍ଗରିଆଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୮ ଜଣ ପିକ୍ଅପ୍ ଭ୍ୟାନ୍ ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ପିକ୍ଅପ୍ ଭ୍ୟାନ୍ର ଡୋର୍ କାଟି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/truck-accident.jpg)