କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ବେଳେ ନିହତ ହୋଇଛନ୍ତି ଦୁଇ ଜଣ ନକ୍ସଲ। ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।
ନିହତ ନକ୍ସଲ ଦ୍ୱୟ KKBN ଡିଭିଜନର। ଜଣେ ଏରିଆ କମିଟି ସଦସ୍ୟ (ACM) ଓ ଅନ୍ୟ ଜଣେ ପାର୍ଟି ମେମ୍ବର (PM) ବୋଲି ଜଣାପଡ଼ିଛି।
କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ସଂରକ୍ଷିତ ଜଙ୍ଗଲ ନଣ୍ଡାବାଡ଼ି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି। ନକ୍ସଲଙ୍କ KKBN ଡିଭିଜନର ଅଷ୍ଟମ ବାଟାଲିଆନର ଏକ କ୍ୟାମ୍ପ ସେହି ଜଙ୍ଗଲରେ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଗତ ୨୦ ତାରିଖରୁ କନ୍ଧମାଳ ପୁଲିସର SOG ଟିମ୍ ସେହି ଜଙ୍ଗଲରେ କମ୍ବିଂ ଅପେରସନ ଆରମ୍ଭ କରିଥିଲା।
ଆଜି ନଣ୍ଡାବାଡ଼ି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କର ମୁହାଁମୁହିଁ ହୋଇଥିଲା। ଗୁଳିବିନିମୟ ବେଳେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଗୁଳି ବିନିମୟ ବନ୍ଦ ହେବା ପରେ SOG ଟିମ୍ ଜଙ୍ଗଲରେ ସର୍ଚ୍ଚ ଅପେରସନ ଜାରି ରଖିଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/22/fir-2026-02-22-16-52-09.jpg)