ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ତେଲିବନ୍ଧ ନିକଟରେ ଏକ କାରକୁ କୌଣସି ଅଜଣା ଗାଡ଼ି ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ବଲାଙ୍ଗିର ଜିଲ୍ଲା ସିଲେଟପଡ଼ା ଗାଁର ବୋଲି ଜଣାପଡ଼ିଛି।
କାର୍ଟି ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା। ତେଲିବନ୍ଧ ନିକଟରେ କୌଣସି ଅଜଣା ଗାଡ଼ି ଏହାକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ବୋଲି ଜଣାପଡ଼ିଛି।
ଅଜଣା ଗାଡ଼ି ଧକ୍କାରେ କାରଟି ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଖସି ଯାଇଥିଲା। ଗାଡ଼ିର ଚାଳକ ଓ ଅନ୍ୟ ବ୍ୟକ୍ତି ଜଣଙ୍କ ତା’ ଭିତରେ ଚାପି ହୋଇ ରହିଯାଇଥିଲେ।
ଖବର ପାଇ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। କାର୍ ଭିତରେ ଫସି ରହିଥିବା ଦୁଇ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/20/car-2026-01-20-17-49-11.jpg)