Advertisment

ଅସଲି ଦେଖାଉଥିଲେ, ନକଲି ଦେଉଥିଲେ; ଏବେ ଜାଲରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଖିବାକୁ ପୂରା ସୁନା ଭଳି। ଖାଲି ଆଖିରେ ଦେଖିଲେ ଜଣେ ସହଜରେ କହିଦେବ ଯେ ଏହା ହେଉଛି ସୁନା। ତା’ ପୁଣି ଯଦି ଏହି ସୁନାକୁ କିଏ ଶସ୍ତାରେ ବିକ୍ରି କରେ, ତାକୁ ନେବାକୁ ମଧ୍ୟ ମଧ୍ୟ ଗ୍ରାହକଙ୍କ ଅଭାବ ନାହିଁ। ଏମିତି କିଛି ଦେଖିବାକୁ ମିଳିଛି ଓଡ଼ିଶାରେ। ସୁଦୂର ଛତିଶଗଡ଼ରୁ ଆସି ସୁନା ଭଳି ଦେଖାଯାଉଥିବା ଚେନ୍ ବିକ୍ରି କରୁଥିବା ଦୁଇ ଠକଙ୍କୁ କନିଶନରେଟ୍ ପୁଲିସ୍ ଗିରଫ କରିଛି। ଶସ୍ତା ସାମଗ୍ରୀକୁ […]

ଅଦ୍ୟତନ ହୋଇଛି
ଅସଲି ଦେଖାଉଥିଲେ, ନକଲି ଦେଉଥିଲେ; ଏବେ ଜାଲରେ

gold

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଖିବାକୁ ପୂରା ସୁନା ଭଳି। ଖାଲି ଆଖିରେ ଦେଖିଲେ ଜଣେ ସହଜରେ କହିଦେବ ଯେ ଏହା ହେଉଛି ସୁନା। ତା’ ପୁଣି ଯଦି ଏହି ସୁନାକୁ କିଏ ଶସ୍ତାରେ ବିକ୍ରି କରେ, ତାକୁ ନେବାକୁ ମଧ୍ୟ ମଧ୍ୟ ଗ୍ରାହକଙ୍କ ଅଭାବ ନାହିଁ। ଏମିତି କିଛି ଦେଖିବାକୁ ମିଳିଛି ଓଡ଼ିଶାରେ। ସୁଦୂର ଛତିଶଗଡ଼ରୁ ଆସି ସୁନା ଭଳି ଦେଖାଯାଉଥିବା ଚେନ୍ ବିକ୍ରି କରୁଥିବା ଦୁଇ ଠକଙ୍କୁ କନିଶନରେଟ୍ ପୁଲିସ୍ ଗିରଫ କରିଛି।

Advertisment

ଶସ୍ତା ସାମଗ୍ରୀକୁ ସୁନା ପାଣିରେ ବୁଡ଼ାଇ ଏହାକୁ ସୁନା ଚେନ୍ ଭାବେ ପ୍ରସ୍ତୁତ କରୁଥିଲେ। ଏହା ପରେ ଏହାକୁ ସୁନା ଚେନ୍ କହି ଲୋକଙ୍କୁ ଶସ୍ତା ଦାମ୍ ଲୋଭ ଦେଖାଇ ବିକୁଥିଲେ। ନିଜ ଆର୍ଥିକ ସ୍ଥିତି ଖରାପ ଓ ବିଭିନ୍ନ ବାହାନା ଦର୍ଶାଇ ଲୋକଙ୍କୁ ଏମାନେ ବିକ୍ରି କରୁଥିଲେ। ଲୋକେ ବି ଅଳ୍ପ ଟଙ୍କାରେ ସୁନା ଚେନ୍ ପାଉଥିବାରୁ ଏହାକୁ କିଣୁଥିଲେ। ଲୋକଙ୍କୁ ଏମାନେ ନକଲି ସୁନା ଚେନ୍ ବିକି ତୁରନ୍ତ ସ୍ଥାନରୁ ଫେରାର୍ ହେଇଯାଉଥିଲେ। ଏପରିକି ସେମାନେ ସେହି ସ୍ଥାନ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଅନ୍ୟ ଜାଗାକୁ ଚାଲି ଯାଉଥିଲେ ଏବଂ ସେଠାରେ ମଧ୍ୟ ଏଭଳି ଲୋଭ ଦେଖାଇ ଲୋକଙ୍କୁ ଲୁଟୁଥିଲେ। କିନ୍ତୁ ସବୁ ଚୋରି ଦିନେ ନା ଦିନେ ଧରା ପଡ଼ିବା ଭଳି ଦୁଇ ଠକ ମଧ୍ୟ ପୁଲିସ୍ ହାତରେ ଧରା ପଡ଼ିଛନ୍ତି।

ଦୁଇ ଠକଙ୍କୁ ଗିରଫ କରିବା ପରେ ପୂରା ଘଟଣା ଉପରୁ ପରଦା ହଟିଛି। ଏମାନଙ୍କ ପାଖରୁ ୨ କିଲୋ ସୁନା ଜବତ ହୋଇଛି। ପୁଲିସ୍ କହିଛି ଯେ, ଏମାନେ ନିଜ ପାଖରେ କିଛି ଅସଲି ସୁନା ରଖୁଥିଲେ। ଅସଲି ସୁନାକୁ ଲୋକଙ୍କୁ ସାମ୍ପୁଲ ଭାବେ ଦେଖାଉଥିଲେ ଏବଂ ଏହାକୁ ଶସ୍ତାରେ ବିକ୍ରି କରାଇଦେବାକୁ କହୁଥିଲେ। କିନ୍ତୁ ଗ୍ରାହକଙ୍କୁ ଏମାନେ ଦେଉଥିଲେ ନକଲି ସୁନା। ଆଉ ଏହାକୁ ବିକ୍ରି କରିବା ପରେ ତୁରନ୍ତ ସେହି ଜାଗା ଛାଡ଼ି ପଳାଉଥିଲେ।

Advertisment

ପୁଲିସ୍ କହିଛି ଯେ ଗିରଫ ହୋଇଥିବା ଦୁଇ ଠକ ହେଉଛନ୍ତି ଛତିଶଗଡ଼। ଏମାନଙ୍କର ଏକ ବଡ଼ ନେଟୱର୍କ ଅଛି। ଏମାନଙ୍କ ସହ ଆଉ କେଉଁମାନେ ଅଛନ୍ତି, ତା’ର ଖୁଲାସା ତୁରନ୍ତ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe