Advertisment

ମହୁମାଛି ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

ବାଲିଗୁଡ଼ା/ ବଣାଇ(ଓଡ଼ିଶା ରିପୋର୍ଟର): ମହୁ ମାଛି ଆକ୍ରମଣରେ ୨ଜଣଙ୍କ ଜୀବନ ଯାଇଛି। ଏପରି ଘଟଣା ଘଟିଯାଇଛି କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ। କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା କେଲେମାହା ଗାଁରେ ମହୁ ମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଗୁରୁଦେବ ପ୍ରଧାନ  । ଗୁରୁଦେବ ମହୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। ବରଗଛରେ ଉପରେ ଚଢ଼ି ସେ ମହୁ ସଂଗ୍ରହ କରୁଥିଲେ। ଏହି ସମୟରେ ମହୁମାଛିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମହୁମାଛି ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

honey

ବାଲିଗୁଡ଼ା/ ବଣାଇ(ଓଡ଼ିଶା ରିପୋର୍ଟର): ମହୁ ମାଛି ଆକ୍ରମଣରେ ୨ଜଣଙ୍କ ଜୀବନ ଯାଇଛି। ଏପରି ଘଟଣା ଘଟିଯାଇଛି କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ। କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା କେଲେମାହା ଗାଁରେ ମହୁ ମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଗୁରୁଦେବ ପ୍ରଧାନ  ।

Advertisment

ଗୁରୁଦେବ ମହୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। ବରଗଛରେ ଉପରେ ଚଢ଼ି ସେ ମହୁ ସଂଗ୍ରହ କରୁଥିଲେ। ଏହି ସମୟରେ ମହୁମାଛିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗଛ ଉପରେ ତାଙ୍କର ମୃତ୍ୟୁ ଘଟିଥିଲା।  ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ଲୋକେ ଗୁରୁଦେବଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏନେଇ ସାରଙ୍ଗଗଡ଼ ଥାନାକୁ ଖବର ଦେଇଥିଲେ। ବନ ବିଭାଗ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଗୁରୁଦେବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସେହିପରି ସୁନ୍ଦରଗଡ଼ ମହୁଲପଦା ଥାନା ଧୂକାମୁଣ୍ଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମି ମୁଣ୍ଡା। ଗତକାଲି ସିମି ଜଙ୍ଗଲକୁ ଯାଇଥିବା ବେଳେ ମହୁମାଛିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର  କରି ଡାକ୍ତରଖାନାରରେ ଭର୍ତ୍ତି କରିଥିଲେ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସିମିଙ୍କର ମୃତ୍ୟୁ ଘଟିଥିଲା।

Advertisment