Advertisment

ମହୁମାଛି ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

କେନ୍ଦୁଝର/କରଞ୍ଜିଆ (ଓଡ଼ିଶା ରିପୋର୍ଟର): ମହୁମାଛି ଆକ୍ରମଣ ନେଲା ଦୁଇ ଜୀବନ। ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଜି ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କରଞ୍ଜିଆର ରରୁଆଁ ଥାନା ଅନ୍ତର୍ଗତ ବଡ଼ପାଣିରେ ଜଣେ ବୃଦ୍ଧ ଏବଂ କେନ୍ଦୁଝର ଜିଲ୍ଲା ନଇଗୋଡ଼ା ଗ୍ରାମରେ ଜଣେ ଯୁବକ ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ରରୁଆଁ ଥାନା ଅନ୍ତର୍ଗତ ବଡ଼ପାଣି ଗ୍ରାମର ପରେଶ ଚନ୍ଦ୍ର ନାଏକ ଘର ନିକଟରେ ହଳ କରୁଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲେ। ତେବେ […]

author-image
Ranjit Kumar Jena
ମହୁମାଛି ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

honey

କେନ୍ଦୁଝର/କରଞ୍ଜିଆ (ଓଡ଼ିଶା ରିପୋର୍ଟର): ମହୁମାଛି ଆକ୍ରମଣ ନେଲା ଦୁଇ ଜୀବନ। ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଜି ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କରଞ୍ଜିଆର ରରୁଆଁ ଥାନା ଅନ୍ତର୍ଗତ ବଡ଼ପାଣିରେ ଜଣେ ବୃଦ୍ଧ ଏବଂ କେନ୍ଦୁଝର ଜିଲ୍ଲା ନଇଗୋଡ଼ା ଗ୍ରାମରେ ଜଣେ ଯୁବକ ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି।

Advertisment

ରରୁଆଁ ଥାନା ଅନ୍ତର୍ଗତ ବଡ଼ପାଣି ଗ୍ରାମର ପରେଶ ଚନ୍ଦ୍ର ନାଏକ ଘର ନିକଟରେ ହଳ କରୁଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲେ। ତେବେ ଆକ୍ରମଣ ପରେ ସେ ଘଟଣା ସ୍ଥଳରେ ଗୁରୁତର ହଇ ଛୋଟ ପୋଟ ହେଉଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ସେହିପରି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ନଇଗୋଡା ଗାଁର ଚେମୁଟୁ ମହାରଣା ଛେଳି ରାରଇବାକୁ ନିକଟସ୍ଥ ସନ୍ତିଆରସ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଗଛରେ ଥିବା ମହୁମାଛି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment