ଟ୍ରାଫିକ୍‌ କନଷ୍ଟେବଳଙ୍କୁ ନିର୍ଧୁମ ଛେଚିଲେ ବାଇକ୍‌ ଆରୋହୀ

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍‌ କନଷ୍ଟେବଳଙ୍କୁ ନିର୍ଘାତ ମାଡ। ଟ୍ରାଫିକ୍‌ କନଷ୍ଟେବଳଙ୍କୁ ନିର୍ଧୁମ ଛେଚିଲେ ବାଇକ୍‌ ଆରୋହୀ। ବିଚ୍‌ ରାସ୍ତାରେ ଲୋକାଲ ଟୋକା କହି ଦେଖାଇଲେ ଦାଦାଗିରି। ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା।

ସୂଚନା ମୁତାବକ, ରଙ୍ଗ ସାଇଡ୍ ଡ୍ରାଇଭିଂ ଓ ବିନା ହେଲମେଟ୍ ଗାଡ଼ି ଚାଳନା ନେଇ ଟ୍ରାଫିକ ପୁଲିସ ଦୁଇ ବାଇକ୍‌ ଆରୋହୀଙ୍କୁ ଅଟକାଇଥିଲା। ତେବେ ଏଥିରେ ରାଗି ଯାଇ ଉଭୟ ବାଇକ୍‌ ଆରୋହୀ ଟ୍ରାଫିକ୍‌ କନଷ୍ଟେବଳଙ୍କୁ ଆକ୍ରମଣ କରିଥିଲେ। ଚାପୁଡା ଉପରେ ଚାପୁଡା ସାଙ୍ଗକୁ ବିଧା ଗୋଇଠା ମାରିଥିଲେ।

ନିଜକୁ ଲୋକାଲ ପିଲା କହି ଅଚାନକ ଭାବେ ଆକ୍ରମଣ କରିଥିଲେ ଦୁଇ ବାଇକ ଆରୋହୀ। ଏନେଇ ଧଉଳି ଥାନାରେ ଅଭିଯୋଗ ପରେ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।