Advertisment

ଟନେଲ୍‌ କାମ ଚାଲିଥିବା ବେଳେ ଧସିଲା ମାଟି ଅତଡା, ଦୁଇ ଶ୍ରମିକଙ୍କ ମୃତ୍ୟୁ

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): ଟନେଲ୍‌ରେ କାମ ଚାଲିଥିବା ବେଳେ ହଠାତ୍‌ ମାଟି ଅତଡା ଖସିଥିଲା। ମାଟି ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ- ରାୟଗଡ଼ା ରେଳ ଲାଇନରେ ଆଜି ଏପରି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଛି। କୋରାପୁଟ- ରାୟଗଡ଼ା ରେଳ ଲାଇନର ଡବ୍‌ଲିଂ କାମ ଚାଲିଛି। ଆଜି ଲକ୍ଷ୍ମୀପୁର ବ୍ଲକ କୁଶୁମୁଗୁଡ଼ା -୨ ନମ୍ୱର ଟନେଲରେ କାମ ଚାଲିଥିଲା। ଠିକ୍‌ ସେହି ସମୟରେ ହଠାତ୍‌ ମାଟି ଅତଡା […]

ଅଦ୍ୟତନ ହୋଇଛି
ଟନେଲ୍‌ କାମ ଚାଲିଥିବା ବେଳେ ଧସିଲା ମାଟି ଅତଡା, ଦୁଇ ଶ୍ରମିକଙ୍କ ମୃତ୍ୟୁ

Koraput

Advertisment

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): ଟନେଲ୍‌ରେ କାମ ଚାଲିଥିବା ବେଳେ ହଠାତ୍‌ ମାଟି ଅତଡା ଖସିଥିଲା। ମାଟି ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ- ରାୟଗଡ଼ା ରେଳ ଲାଇନରେ ଆଜି ଏପରି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଛି।

Advertisment

କୋରାପୁଟ- ରାୟଗଡ଼ା ରେଳ ଲାଇନର ଡବ୍‌ଲିଂ କାମ ଚାଲିଛି। ଆଜି ଲକ୍ଷ୍ମୀପୁର ବ୍ଲକ କୁଶୁମୁଗୁଡ଼ା -୨ ନମ୍ୱର ଟନେଲରେ କାମ ଚାଲିଥିଲା। ଠିକ୍‌ ସେହି ସମୟରେ ହଠାତ୍‌ ମାଟି ଅତଡା ଖସି ଥିଲା। ଫଳରେ ମାଟି ତଳେ ଚାପି ହୋଇଯାଇଥିଲା ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମ ରାଜ୍ୟର ଜହରୁଦ୍ଦିନ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ଟନେଲ୍‌ରେ କେତେ ଶ୍ରମିକ କାମ କରୁଥିଲେ? ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି, ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe