Advertisment

ଚିତା କାଟି କୁଆଡ଼େ ଗଲେ ଦୁଇ ପୁଲିସ ଇନସ୍‌ପେକ୍ଟର ?

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାରେ ବେଆଇନ୍‌ ପଥର ଖଣି କାରବାର ଲିଙ୍କରେ ଓଡ଼ିଶା ପୁଲିସର ୨ ଇନ୍ସପେକ୍ଟର। ପ୍ରଥମେ ଇନସ୍‌ପେକ୍ଟର ବିକ୍ରମ ଜେନା ଓ ପରେ ଇନସ୍ପେକ୍ଟର୍‌ ରଣଜିତ ସାହୁ ଏସଟିଏଫ ସ୍କାନରରେ ଧରା ପଡ଼ିଥିଲେ। ତେବେ ଦୁହେଁ ମାସେରୁ ଊର୍ଦ୍ଧ୍ୱ ହେବ ଛୁଟିରେ ଥିବାବେଳେ ଉଭୟଙ୍କର ଏବେ ପତ୍ତା ମିଳୁନଥିବା ଜଣାପଡ଼ିଛି। କୁଆଡ଼େ ଗଲେ ଏବଂ କେଉଁଠି ଅଛନ୍ତି ଇନସ୍‌ପେକ୍ଟର ବିକ୍ରମ ଜେନା ଓ ରଣଜିତ ସାହୁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଚିତା କାଟି କୁଆଡ଼େ ଗଲେ ଦୁଇ ପୁଲିସ ଇନସ୍‌ପେକ୍ଟର ?

v-908

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାରେ ବେଆଇନ୍‌ ପଥର ଖଣି କାରବାର ଲିଙ୍କରେ ଓଡ଼ିଶା ପୁଲିସର ୨ ଇନ୍ସପେକ୍ଟର। ପ୍ରଥମେ ଇନସ୍‌ପେକ୍ଟର ବିକ୍ରମ ଜେନା ଓ ପରେ ଇନସ୍ପେକ୍ଟର୍‌ ରଣଜିତ ସାହୁ ଏସଟିଏଫ ସ୍କାନରରେ ଧରା ପଡ଼ିଥିଲେ।

Advertisment

ତେବେ ଦୁହେଁ ମାସେରୁ ଊର୍ଦ୍ଧ୍ୱ ହେବ ଛୁଟିରେ ଥିବାବେଳେ ଉଭୟଙ୍କର ଏବେ ପତ୍ତା ମିଳୁନଥିବା ଜଣାପଡ଼ିଛି। କୁଆଡ଼େ ଗଲେ ଏବଂ କେଉଁଠି ଅଛନ୍ତି ଇନସ୍‌ପେକ୍ଟର ବିକ୍ରମ ଜେନା ଓ ରଣଜିତ ସାହୁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଥାନାରେ ଯୋଗ ନଦେଇ ଏହି ଦୁଇ ଅଧିକାରୀ ଆଗୁଆ ଜାମିନ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି।

ଖୋର୍ଦ୍ଧା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅବସ୍ଥାପିତ ବିକ୍ରମ ଜେନା ୫ ଦିନ ଛୁଟିରେ ଯିବା ପରେ ଫେରିନାହାନ୍ତି। ଏ ନେଇ ଖୋର୍ଦ୍ଧା ଏସପି ଗତମାସ ୨୧ ତାରିଖରେ ବିକ୍ରମଙ୍କୁ ନୋଟିସ କରିଥିଲେ ମଧ୍ୟ ସେ ଡ୍ୟୁଟିରେ ଯୋଗ ଦେଇନାହାନ୍ତି। ଏହାପରେ ବିକ୍ରମଙ୍କୁ ସସପେଣ୍ଡ କରାଯାଇଛି। ବେଆଇନ୍‌ ପଥର ଖଣି ମାମଲାରେ ପୂର୍ବରୁ ବିକ୍ରମ ଏସଟିଏଫ ଜେରାର ସମ୍ମୁଖୀନ ହୋଇଥିଲେ।

Advertisment

ସେପଟେ ଖୋର୍ଦ୍ଧା ଟାଉନ ଥାନାର ତତ୍କାଳୀନ ଆଇଆଇସି ରଂଜିତ ସାହୁଙ୍କର ମଧ୍ୟ ପତ୍ତା ନାହିଁ। ବାଲିଆପାଳ ଥାନାର ଇନଚାର୍ଜ ଥିବାବେଳେ ଅକ୍ଟୋବର ୨୨ ତାରିଖଠାରୁ ସେ ସିକ୍ ଲିଭରେ ଅଛନ୍ତି। ପ୍ରାୟ ମାସେ ପରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଥର ନୋଟିସ ଜାରି ହୋଇଥିଲେ ମଧ୍ୟ କୌଣସି ଉତ୍ତର ଦେଇନାହାନ୍ତି ରଣଜିତ୍। ତେବେ ବିନା ଅନୁମତିରେ ଛୁଟିରେ ଯିବା ନିୟମ ବହିର୍ଭୂତ। ଏଥିପାଇଁ ଏମାନଙ୍କୁ ଚାକିରିରୁ ବହିଷ୍କାର କିମ୍ବା ବାଧ୍ୟତାମୂଳକ ଅବସର ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ପୂର୍ବତନ ପୋଲିସ ଡିଜି କହିଛନ୍ତି। ତେବେ ଏହି ଦୁଇ ଅଧିକାରୀଙ୍କ ବାବଦରେ ଖୋର୍ଦ୍ଧା ଏସ୍ପିଙ୍କର ପ୍ରତିକ୍ରିୟା ମିଳିପାରିନାହି।