Advertisment

କିଏ କାହାକୁ ଦେଉଛନ୍ତି ଭୋଟ୍‌, ସବୁ ଦେଖୁଛନ୍ତି ପ୍ରିଜାଇଡିଂ ଅଫିସର!

ଖୋର୍ଦ୍ଧା (ବଳରାମ ଲେଙ୍କା): ଭୋଟଦାନକୁ ଶୃଙ୍ଖଳିତ ଭାବେ ସାରିବା ଦାୟିତ୍ୱ ପ୍ରିଜାଇଡିଂ ଅଫିସରଙ୍କର। କିନ୍ତୁ ଆଜି ଦୁଇ ଜଣ ପ୍ରିଜାଇଡିଂ ଅଫିସର ନିୟମର ଖୋଲା ଉଲ୍ଲଙ୍ଘନ କରିଛନ୍ତି। ଭୋଟ୍‌ଦାନ କକ୍ଷରେ ଭୋଟରଙ୍କ ପଛରେ ଠିଆ ହୋଇ ସବୁ ଦେଖୁଛନ୍ତି। ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ। ଭୋଟଦାନ ପାଇଁ ସାରୁଅ ବିଦ୍ୟାଳୟରେ ବୁଥ୍‌ (୬ ନମ୍ୱର) କରାଯାଇଥିଲା। ମତଦାନ କକ୍ଷର ତିନି ପାର୍ଶ୍ୱରେ ଏକ ପତଳା କପଡ଼ା ଘେରା ଯାଇଥିଲା। ସେହି କପଡ଼ା ଘେରା ରହିବା ଯାହା, […]

ଅଦ୍ୟତନ ହୋଇଛି
କିଏ କାହାକୁ ଦେଉଛନ୍ତି ଭୋଟ୍‌, ସବୁ ଦେଖୁଛନ୍ତି ପ୍ରିଜାଇଡିଂ ଅଫିସର!

Khorda

Advertisment

ଖୋର୍ଦ୍ଧା (ବଳରାମ ଲେଙ୍କା): ଭୋଟଦାନକୁ ଶୃଙ୍ଖଳିତ ଭାବେ ସାରିବା ଦାୟିତ୍ୱ ପ୍ରିଜାଇଡିଂ ଅଫିସରଙ୍କର। କିନ୍ତୁ ଆଜି ଦୁଇ ଜଣ ପ୍ରିଜାଇଡିଂ ଅଫିସର ନିୟମର ଖୋଲା ଉଲ୍ଲଙ୍ଘନ କରିଛନ୍ତି। ଭୋଟ୍‌ଦାନ କକ୍ଷରେ ଭୋଟରଙ୍କ ପଛରେ ଠିଆ ହୋଇ ସବୁ ଦେଖୁଛନ୍ତି। ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ।

Advertisment

ଭୋଟଦାନ ପାଇଁ ସାରୁଅ ବିଦ୍ୟାଳୟରେ ବୁଥ୍‌ (୬ ନମ୍ୱର) କରାଯାଇଥିଲା। ମତଦାନ କକ୍ଷର ତିନି ପାର୍ଶ୍ୱରେ ଏକ ପତଳା କପଡ଼ା ଘେରା ଯାଇଥିଲା। ସେହି କପଡ଼ା ଘେରା ରହିବା ଯାହା, ନରହିବା ସେୟା। କାରଣ ଘେରା ଯାଇଥିବା କପଡ଼ାଟି ଏତେ ପତଳା ଯେ ସବୁ ଦେଖାଯାଉଥିଲା। ପୋଲିଂ କର୍ମଚାରୀଙ୍କ ଏପରି ବ୍ୟବସ୍ଥାକୁ ନେଇ କେତେକ ବୁଦ୍ଧିଜୀବୀ ଆପତ୍ତି ଉଠାଇଥିଲେ। ଏହା ପରେ ଉକ୍ତ ମତଦାନ କକ୍ଷର ତିନି ପାର୍ଶ୍ୱରେ ଏକ ଗାମୁଛା ଘେରାଇ ଦିଆଯାଇଥିଲା।

ଇଏତ ଗଲା ମତଦାନ କକ୍ଷର କଥା। ପ୍ରିଜାଇଡିଙ୍ଗ ଅଫିସରଙ୍କ କଳାକାରନାମା ମଧ୍ୟ ସରିନି। ପ୍ରିଜାଇଡିଙ୍ଗ ଅଫିସର ମତଦାନ କକ୍ଷରେ ଭୋଟରଙ୍କ ପଛରେ ଠିଆ ହେଉଥିଲେ। ଆଉ କିଏ କେଉଁଥିରେ ଭୋଟ ଦେଉଥିଲେ? ତାକୁ ନିରିଖି ଦେଖୁଥିଲେ। ବେଳେବେଳେ ଷ୍ଟାମ୍ପ ମରା ବାଲାଟ୍‌ ପେପରକୁ ନିଜେ ଆଣି ଭୋଟ୍‌ ବାକ୍ସରେ ପୂରାଇ ଦେଉଥିଲେ। ଏହାଛଡ଼ା ବୟସ୍କ ମହିଳା ଓ ପୁରୁଷଙ୍କ ପାଇଁ ନିଜେ ଷ୍ଟାମ୍ପ ମାରି ଭୋଟ୍‌ ବାକ୍ସରେ ପୂରାଇ ଦେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରିଜାଇଡିଂ ଅଫିସ୍‌ର ମହାଶୟଙ୍କୁ ପଚାରିବାରୁ ସେ ସଫେଇ ଦେଇ କହିଛନ୍ତି, ମୁଁ ବୟସ୍କ ଭୋଟରଙ୍କୁ ସହଯୋଗ କରୁଛି।

Advertisment

ସମାନ ସୃଶ୍ୟ ବାଘମାରୀ ସ୍କୁଲରେ ଦେଖିବାକୁ ମିଳିଛି। ଏଠି ଭୋଟରଙ୍କ ପଛରେ ପ୍ରିଜାଇଡିଙ୍ଗ ଅଫିସର ଠିଆ ହୋଇଥିବା ଅଭିଯୋଗ ହୋଇଛି। କିଏ କାହାକୁ ଭୋଟ୍‌ ଦେଉଛି, ତାକୁ ସେ ସମ୍ପୂର୍ଣ୍ଣ ଭାବରେ ଦେଖୁଛନ୍ତି। ଏଠାରେ ମତଦାତାଙ୍କ କିଛି ଗୋପନୀୟତା ରହୁନି। ଏହାକୁ ନେଇ କେତେକ ଲୋକ ପ୍ରଶ୍ନ କଲା ପରେ ବୁଥ୍‌ର ଟେବୁଲ୍‌ଟିକୁ ସାମାନ୍ୟ ବୁଲାଇ ଦେଇଥିଲେ। ଆଉ କହିଲେ ମୁଁ କିଛି ଦେଖୁନାହୁଁ।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe