bjp-11
ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ଚାଲିଥିବାବେଳେ ଶାସକ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ବାଲେଶ୍ୱରରେ ଦଳର ଦୁଇ ବରିଷ୍ଠ ନେତା ଆଜି ବିଜେପିରେ ସାମିଲ ହୋଇଥିବାବେଳେ ତାଙ୍କର ଶତାଧିକ ସମର୍ଥକ ଓ କିଛି ଛାତ୍ର ନେତା ମଧ୍ୟ ବିଜେଡ଼ି ଛାଡ଼ିଥିବା ଜଣାପଡ଼ିଛି।
ବାଲେଶ୍ୱର ସଦର ଅଫିସରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେଡିର ଦୁଇ ବରିଷ୍ଠ ନେତା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ବାଲେଶ୍ୱର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ସଭାପତି ଧୁକୁଲ ଘଡ଼େଇ ଓ ପୂର୍ବତନ ନଗର ବିଜେଡି ସଭାପତି ଆଶୀଷ କୁମାର ଘୋଷ ବିଜେଡି ଛାଡ଼ିଛନ୍ତି। ଦଳର କାର୍ଯ୍ୟକଳାପକୁ ନେଇ ଉଭୟ ନେତା ଅସନ୍ତୁଷ୍ଟ ଥିଲେ। ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ଶ୍ରୀ ଘୋଷ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଦୁଇ ନେତାଙ୍କ ସମେତ ଛାତ୍ର ନେତା ବିଶ୍ୱଜିତ୍ ଦାସ ଓ ବହୁ ବିଜେଡି କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ନେତାମାନଙ୍କର ବିଜେପିରେ ମିଶ୍ରଣ ଯୋଗୁ ଉପନିର୍ବାଚନବେଳେ ବିଜେପିକୁ ବଳ ମିଳିଥିବାବେଳେ ପୂର୍ବରୁ ଗୋଷ୍ଠୀକନ୍ଦଳକୁ ନେଇ ବ୍ୟାକଫୁଟରେ ଥିବା ବିଜେଡି ଏବେ ଅଧିକ ଚିନ୍ତାରେ ପଡ଼ିଛି।
ଅଧିକ ପଢ଼ନ୍ତୁ : ତିର୍ତ୍ତୋଲରେ ୮, ବାଲେଶ୍ୱରରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/bjp-11.jpg)