Two-minor-sisters
କାମାକ୍ଷାନଗର (ରାକେଶ ଦେହୁରି): ଦୁଇ ଭଉଣୀ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ। ଆଉ ଘରକୁ ଫେରିଲେ ନାହିଁ। ମାଉସୀ ଘର ଗାଁ ପୋଖରୀକୁ ଶୌଚ ପାଇଁ ଯାଇ ବୁଡ଼ି ପ୍ରାଣ ହରାଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏମିତି ଏକ ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ଅନୁଗୋଳ ଜିଲ୍ଲା ବାଘୁଆବିରି ଗାଁର ଗୋପୀ ବିରୁଆଙ୍କ ଦୁଇ ଝିଅ ଲକ୍ଷ୍ମୀ(୧୦) ଓ ରାଧା (୫) ମଠକରଡ଼ା ପଞ୍ଚାୟତ କରଡ଼ାପାଳ ଗାଁର ମାଉସୀ ଘରକୁ ଯାଇଥିଲେ। ଅପରାହ୍ନରେ ୪ରୁ ୫ଟା ବେଳେ ଦୁଇ ଭଉଣୀ ଶୌଚ ପାଇଁ ପାଖପୋଖରୀକୁ ଯାଇଥିଲେ। ଫେରିବାରେ ବିଳମ୍ୱ ହେବାରୁ ମାଉସୀ ଘର ଲୋକେ ସେମାନଙ୍କୁ ଚାରିଆଡ଼େ ଖୋଜିଥିଲେ। ହେଲେ ସେମାନଙ୍କ ପତ୍ତା ମିଳି ନଥିଲା। ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ଭୁବନ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।
ଅଗ୍ନଶମ କର୍ମଚାରୀମାନେ ପହଞ୍ଚି ଗାଁ ପୋଖରୀରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/08/Two-minor-sisters-drown-in-pond-in-Karadapal-village.jpg)