Advertisment

ଷ୍ଟେସନରେ ଅଟକିଲାନି ଟ୍ରେନ, ଡେଇଁ ପଡ଼ିଲେ ଦୁଇ ଭଉଣୀ...

ସୁନ୍ଦରଗଡ (ବିଜୟ ବରୁଆ): ପାସେଞ୍ଜର ଟ୍ରେନ୍‌ ଭାବି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ିଗଲେ ଦୁଇ ଭଉଣୀ। ଆଉ ପରେ ଜାଣିବାକୁ ପାଇଲେ, ସେମାନେ ଚଢ଼ିଥିବା ଟ୍ରେନ୍‌ଟି ପାସେଞ୍ଜର ନୁହେଁ ଏକ୍ସପ୍ରେସ୍‌ ଟ୍ରେନ୍‌। ଶେଷରେ କିଛି ଉପାୟ ନପାଇ ଦୁଇ ଭଉଣୀ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସାନ ଭଉଣୀ ଆଗରେ ଚାଲିଗଲା ବଡ଼ ଭଉଣୀଙ୍କ ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ବରଗଡ଼ ଜିଲ୍ଲାର ଚିଖିଲି ଅଞ୍ଚଳ ବାପା-ମାଆ ଛେଉଣ୍ଡ ସୁବାସିନୀ ମହାନନ୍ଦିଆ ହେମଗିରି କନିକାଠାରେ […]

author-image
Manoranjan Sial
ଷ୍ଟେସନରେ ଅଟକିଲାନି ଟ୍ରେନ, ଡେଇଁ ପଡ଼ିଲେ ଦୁଇ ଭଉଣୀ...

two-sisters-jump-from-running-train-in-Hemgir

ସୁନ୍ଦରଗଡ (ବିଜୟ ବରୁଆ): ପାସେଞ୍ଜର ଟ୍ରେନ୍‌ ଭାବି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ିଗଲେ ଦୁଇ ଭଉଣୀ। ଆଉ ପରେ ଜାଣିବାକୁ ପାଇଲେ, ସେମାନେ ଚଢ଼ିଥିବା ଟ୍ରେନ୍‌ଟି ପାସେଞ୍ଜର ନୁହେଁ ଏକ୍ସପ୍ରେସ୍‌ ଟ୍ରେନ୍‌। ଶେଷରେ କିଛି ଉପାୟ ନପାଇ ଦୁଇ ଭଉଣୀ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସାନ ଭଉଣୀ ଆଗରେ ଚାଲିଗଲା ବଡ଼ ଭଉଣୀଙ୍କ ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

Advertisment

ବରଗଡ଼ ଜିଲ୍ଲାର ଚିଖିଲି ଅଞ୍ଚଳ ବାପା-ମାଆ ଛେଉଣ୍ଡ ସୁବାସିନୀ ମହାନନ୍ଦିଆ ହେମଗିରି କନିକାଠାରେ ମାମୁ ଘରେ ରହି କନିକା ସେବାଶ୍ରମରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ସ୍କୁଲ ଛୁଟି ଥିବାରୁ ସେ ତାଙ୍କ ବଡ଼ ଭଉଣୀ ବିଦେଶିନୀ ମହାନନ୍ଦିଆଙ୍କ ଶାଶୁ ଘର ଛତିଶଗଡ଼ ରାଇଗଡ଼କୁ ବୁଲିବା ପାଇଁ ଯାଇଥିଲେ।

ଆଜି ବିଦେଶିନୀ ତାଙ୍କ ଭଉଣୀ ସୁବାସିନୀଙ୍କୁ ସ୍କୁଲରେ ଛାଡ଼ିବା ପାଇଁ ଷ୍ଟେସନ୍‌ରେ ପହଞ୍ଚି ଥିଲେ। ଠିକ୍‌ ସେତିକି ବେଳେ ପ୍ଲାଟ୍‌ଫର୍ମରେ ସାଉଥ୍‌ ବିହାର ଏକ୍ସପ୍ରେସ ଟ୍ରେନ୍‌ ଛିଡ଼ା ହୋଇଥିଲା। ପାସେଞ୍ଜର ଟ୍ରେନ୍‌ ଭାବି ଦୁଇ ଭଉଣୀ ସେହି ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ତେବେ ଟ୍ରେନ୍‌ଟି ହେମଗିରି ରେଳ ଷ୍ଟେସନରେ ନଅଟକିବାରୁ ଦୁଇ ଭଉଣୀ ବ୍ୟାଗପତ୍ର ଧରି ଡେଇଁ ପଡ଼ିଥିଲେ। ଫଳରେ ଦୁଇ ଭଉଣୀ ଗୁରୁତର ଆହତ ହୋଇଥିଲେ।

Advertisment

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ହେମଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ବଡ଼ ଭଉଣୀ ବିଦେଶିନୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ସାନ ସୁବାସିନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସୁନ୍ଦରଗଡ଼ ସ୍ଥାନାନ୍ତରିତ କରାଯାଇଛି। ଏବେବି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।