Advertisment

ସ୍କୁଲ ଭିତରେ ଦୁଇ ଶିକ୍ଷୟିତ୍ରୀ ପିଟାପିଟି

ଜଳେଶ୍ୱର (ଅଜିତ୍ କୁମାର ଦାସ): ସ୍କୁଲରେ ଭିତରେ ପିଟାପିଟି ହେଲେ ଦୁଇ ଶିକ୍ଷୟିତ୍ରୀ। ଏହି ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟି ଯାଇଛି। ଏଭଳି ଅଭାବନୀୟକାଣ୍ଡ ଘଟାଇବା ପରେ ଦୁଇ ଶିକ୍ଷୟିତ୍ରୀ ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିକଟରେ ମଧ୍ୟ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି। ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତ ଉଜୁଡ଼ା ଗ୍ରାମର ବନମଳା ମାଝୀ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଯାହା ପରେ ଅଭିଭାବକମାନେ ପହଞ୍ଚି […]

ଅଦ୍ୟତନ ହୋଇଛି
ସ୍କୁଲ ଭିତରେ ଦୁଇ ଶିକ୍ଷୟିତ୍ରୀ ପିଟାପିଟି

aahata

Advertisment

ଜଳେଶ୍ୱର (ଅଜିତ୍ କୁମାର ଦାସ): ସ୍କୁଲରେ ଭିତରେ ପିଟାପିଟି ହେଲେ ଦୁଇ ଶିକ୍ଷୟିତ୍ରୀ। ଏହି ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟି ଯାଇଛି। ଏଭଳି ଅଭାବନୀୟକାଣ୍ଡ ଘଟାଇବା ପରେ ଦୁଇ ଶିକ୍ଷୟିତ୍ରୀ ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିକଟରେ ମଧ୍ୟ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି। ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତ ଉଜୁଡ଼ା ଗ୍ରାମର ବନମଳା ମାଝୀ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଯାହା ପରେ ଅଭିଭାବକମାନେ ପହଞ୍ଚି ସ୍କୁଲରୁ ପିଲାମାନଙ୍କୁ ନେଇଯିବା ସହ ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି।

Advertisment

ସୂଚନା ମୁତାବକ, ଆଜି ପୂର୍ବାହ୍ନ ୧୦ଟାରେ ସ୍କୁଲ ଖୋଲିଥିଲା। ହେଲେ ଶିକ୍ଷୟିତ୍ରୀ ସୀତାଞ୍ଜଳି ଧଳ ବିଳମ୍ୱରେ ଆସିବାରୁ ଆଉ ଜଣେ ସହକାରୀ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରା ମୋବାଇଲରେ ତାଙ୍କର ଫଟୋ ଉଠାଇଥିଲେ। ଏହାକୁ ଇନ୍ଦୁମତୀ ବିରୋଧ କରିଥିଲେ। ପରେ ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଦୁହିଁଙ୍କ ଭିତରେ ମାରପିଟ୍, ଠେଲାପେଲା ଓ ଉଚବାଚ ହୋଇଥିଲା। ମାରପିଟ୍‌ରେ ଇନ୍ଦୁମତୀଙ୍କ ମୁଣ୍ଡ ଫାଟି ଯାଇଛି।

ଶିକ୍ଷୟିତ୍ରୀମାନଙ୍କ ଏଭଳି ଅଶୋଭନୀୟ ଆଚରଣ ଓ କାର୍ଯ୍ୟକଳାପକୁ ସ୍ଥାନୀୟ ଲୋକେ ନିନ୍ଦା କରିଥିଲେ ଏବଂ ସ୍କୁଲ ବନ୍ଦ କରି ଦେଇଥିଲେ। ପରେ ଏତଲା କ୍ରମେ କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Advertisment

ମାରପିଟରେ ଆହତ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରା କହିଛନ୍ତି ଯେ, ତାଙ୍କ ସହକର୍ମୀ ଶିକ୍ଷୟିତ୍ରୀ ଶ୍ରୀମତୀ ଧଳ ଅଧିକାଂଶ ସମୟ ବିଳମ୍ବରେ ସ୍କୁଲ ଆସୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକଙ୍କ ପାଖରେ ବସି ଖଟି କରୁଛନ୍ତି। ଯାହା ପାଠପଢ଼ାରେ ସମସ୍ୟା ସୃଷ୍ଟି କରୁଛି। ଏନେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜଣାଇଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଆଜି ସେ ବିଳମ୍ବରେ ସ୍କୁଲ ଆସିବାରୁ ଏହାକୁ ସେ ବିରୋଧ କରି ଭିଡ଼ିଓ କରୁଥିଲେ। ହେଲେ ତାଙ୍କ ଉପରେ ଶ୍ରୀମତି ଧଳ ଆକ୍ରମଣ କରିଛନ୍ତି।

ଶିକ୍ଷୟିତ୍ରୀ ସୀତାଞ୍ଜଳି ଧଳ କହିଛନ୍ତି ଯେ, ସେ ସ୍କୁଲରେ ପହଞ୍ଚିବା ପରେ ଶ୍ରୀମତୀ ବେହେରା ଭିଡ଼ିଓ କରିଥିଲେ। ସେ ଏହାକୁ ବିରୋଧ କରିଥିଲେ। ପ୍ରତିବାଦ ବେଳେ ତାଙ୍କ ହାତ ବାଜି ଶ୍ରୀମତି ବେହେରାଙ୍କ ମୋବାଇଲ ତଳକୁ ଗଳି ପଡ଼ିଥିଲା। ପରେ ଶ୍ରୀମତି ବେହେରା ଆକ୍ରମଣ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକମାନେ ଏହି ଘଟଣାର ପ୍ରତ୍ୟେକ୍ଷଦର୍ଶୀ ଅଛନ୍ତି।

ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମାଝୀ କହିଛନ୍ତି, ଏହି ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe