Ramadevi university
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ବିଶ୍ୱବିଦ୍ୟାଳୟର ଦୁଇ ନିଖୋଜ ଦୃଷ୍ଟିହୀନ ଛାତ୍ରୀଙ୍କ ମିଳିଲା ପତ୍ତା। ଏହି ଦୁଇ ଛାତ୍ରୀଙ୍କୁ ଉତ୍ତରପ୍ରଦେଶର ମଥୁରାରୁ ଉଦ୍ଧାର କରାଯାଇଛି। ରଲେୱେ ପୁଲିସ ଏମାନଙ୍କୁ ମଥୁରା ଷ୍ଟେସନରୁ ଉଦ୍ଧାର କରିଛି। ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଆଣିବା ପାଇଁ କମିଶନରେଟ୍ ପୁଲିସର ଏକ ଟିମ୍ ଏବେ ଉତ୍ତରପ୍ରଦେଶ ଯାଇଛି।
ଗତକାଲି ଦିନ ଦ୍ୱିପହରେ ଏହି ଦୁଇ ଛାତ୍ରୀ ଗାଏବ ହୋଇଯାଇଥିଲେ। ଏନେଇ ଉଭୟଙ୍କ ପରିବାର ପକ୍ଷରୁ ଶହିଦନଗର ଥାନାରେ ଏତଲା ଦିଆଯାଇଥିଲା। ଦୁଇ ଛାତ୍ରୀଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଥିଲା। ଏହାପରେ ପୁଲିସ ଖୋଲତାଡ ଆରମ୍ଭ କରିଥିଲା।
ଦୁଇ ଦୃଷ୍ଟିହୀନ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ର ଛାତ୍ରୀ। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ଵର ଉପକଣ୍ଠର ହୋଇଥିବା ବେଳେ ଅନ୍ୟ ଜଣେ ହଷ୍ଟେଲରେ ରୁହନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଘରୁ ପୁଲିସ୍ ଏକ ଚିଠି ଠାବ କରିବା ସହ ସେଥିରେ ବାହାରକୁ ଚାଲିଯିବା କଥା ଉଲ୍ଲେଖ ରହିଛି। ସେହିଭଳି ହଷ୍ଟେଲରେ ରହୁଥିବା ଯୁବତୀଙ୍କ ହଷ୍ଟେଲ ରୁମ୍ ଯାଞ୍ଚ ବେଳେ ସେ ଏକ ଚିପ୍ ଛାଡ଼ିକି ଯାଇଥିବା ଜଣାପଡ଼ିଛି। ଯେଉଁଥିରେ ସେ ନିଜ ଯିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/university.jpg)