Advertisment

ଟ୍ରାକ୍ଟର ଓଲଟି ୨ ମହିଳା ମୃତ, ୩ ଗୁରୁତର

ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବଦାମପାହାଡ଼ ଥାନା ଅନ୍ତର୍ଗତ ପୂର୍ଣ୍ଣିଆ ଗାଁ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ମହିଳା ଗୁରୁତର ହୋଇଛନ୍ତି। ମୃତ ମହିଳା ଦ୍ୱୟ ହେଲେ ଦଲକୀ ଗାଁର ମିତା ରାଣୀ ହାଁସଦା ଓ ମନ୍ଦଦରି ପାତ୍ର। ଆହତ ସୋମବାରି ମୁଖୀ, ବୁଦୁଜ ମାଝୀ ଓ ପୁଦୀ ମାରଡିଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଟ୍ରାକ୍ଟର ଓଲଟି ୨ ମହିଳା ମୃତ, ୩ ଗୁରୁତର

accident

ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବଦାମପାହାଡ଼ ଥାନା ଅନ୍ତର୍ଗତ ପୂର୍ଣ୍ଣିଆ ଗାଁ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ମହିଳା ଗୁରୁତର ହୋଇଛନ୍ତି।

Advertisment

ମୃତ ମହିଳା ଦ୍ୱୟ ହେଲେ ଦଲକୀ ଗାଁର ମିତା ରାଣୀ ହାଁସଦା ଓ ମନ୍ଦଦରି ପାତ୍ର। ଆହତ ସୋମବାରି ମୁଖୀ, ବୁଦୁଜ ମାଝୀ ଓ ପୁଦୀ ମାରଡିଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ମହିଳାମାନେ ଟ୍ରାକ୍ଟର ଡଲାରେ ବସି କାମ କରିବାକୁ ଯାଉଥିଲେ। ଏହି ସମୟରେ ପୂର୍ଣ୍ଣିଆ ଗାଁ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରାକ୍ଟର ଡଲାରେ ବସିଥିବା ମହିଳାମାନେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଟ୍ରାକ୍ଟରରେ ଡ୍ରାଇଭର ସହ ୫ ଜଣ ମହିଳା ଥିଲେ।

Advertisment