Advertisment

ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ୩ ନାବାଳକ, ଦୁଇ ନିଖୋଜ

କଟକ(ଓଡ଼ିଶା ରିପୋର୍ଟର): ମହାନଦୀର ଯୋବ୍ରାରେ ଗାଧୋଇଥିବା ବେଳେ ବୁଡ଼ିଗଲେ ୩ ନାବାଳକ। ସେମାନଙ୍କୁ ଭିତରୁ ଜଣଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଦୁଇ ନାବାଳକଙ୍କ ପତ୍ତା ମିଳୁନାହିଁ। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନ ପ୍ରାୟ ଦେଢ଼ଟା ବେଳେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ୍‌, ରାଜ ଓ ଛୋଟୁ ଗାଧାଉଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ତିନି ସାଙ୍ଗଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ। […]

ଅଦ୍ୟତନ ହୋଇଛି
ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ୩ ନାବାଳକ, ଦୁଇ ନିଖୋଜ

Cuttack

Advertisment

କଟକ(ଓଡ଼ିଶା ରିପୋର୍ଟର): ମହାନଦୀର ଯୋବ୍ରାରେ ଗାଧୋଇଥିବା ବେଳେ ବୁଡ଼ିଗଲେ ୩ ନାବାଳକ। ସେମାନଙ୍କୁ ଭିତରୁ ଜଣଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଦୁଇ ନାବାଳକଙ୍କ ପତ୍ତା ମିଳୁନାହିଁ। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଆଜି ଅପରାହ୍ନ ପ୍ରାୟ ଦେଢ଼ଟା ବେଳେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ୍‌, ରାଜ ଓ ଛୋଟୁ ଗାଧାଉଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ତିନି ସାଙ୍ଗଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସାହିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଚେତା ଫେରିନାହିଁ। ତେବେ ରାଜ ଓ ଛୋଟୁଙ୍କ ପତ୍ତା ମିଳୁନାହିଁ। ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ଯୋବ୍ରାର ସେହି ଗଣ୍ଡରେ ପ୍ରବଳ ପାଣି ଥିବାରୁ ଖୋଜିବାରେ ଅସୁବିଧା ସୃଷ୍ଟି ହେଉଛି। ସେଥିପାଇଁ ଯୋବ୍ରା ବ୍ୟାରେଜରେ ଗେଟ୍‌ ପକାଯାଇ ପାଣିକୁ ଅଟକା ଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯୋବ୍ରା ଏହି ସ୍ଥାନରେ ପ୍ରତିବର୍ଷ ୯ରୁ ୧୦ ଜଣଙ୍କ ଜୀବନ ଯାଉଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଉକ୍ତ ସ୍ଥାନରେ କେବଳ ସତର୍କ ସୂଚନା ଫଳକ(ଗାଧୋଇବା ମନା) ଲଗା ଚୁପ୍‌ ବସିଛି। ତାର ବାଡ଼ ଲଗାଇବାକୁ ଭୁଲି ଯାଇଛି। ଯେଉଁଥିପାଇଁ ଅକାରଣରେ ଝଡ଼ି ପଡ଼ୁଛି ଜୀବନ।

Advertisment

ଆଜକୁ ପ୍ରାୟ ୨୫ ଦିନ ତଳେ ମହାନଦୀର ନରାଜ ଘାଟରେ ଗାଧଉଥିବା ବେଳେ ୪ ଜଣ ସାଙ୍ଗ ବୁଡ଼ି ଯାଇଥିଲେ। ସେମାନଙ୍କ ଭିତରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିଲା।

Mahanadi Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe