Advertisment

ଗୁମ୍ଫାରେ ନେଇଥିଲେ ଆଶ୍ରୟ, ହଠାତ୍‌ ଖସିଲା ବିରାଟକାୟ ପଥର

ଜୟପୁର (ଟି.ଗୌରୀଶଙ୍କର): ଜଙ୍ଗଲରେ ପ୍ରବଳ ବର୍ଷା ହେଉଥିବାରୁ ଗୁମ୍ଫାରେ ଆଶ୍ରୟ ନେଇଥିଲେ। ଠିକ୍‌ ସେହି ସମୟରେ ଖସିଥିଲା ବିରାଟକାୟ ପଥର। ଆଉ ସେହି ପଥର ତଳେ ଚାପି ହୋଇଯାଇଥିଲେ ଦୁଇ ଯୁବକ। ଏପରି ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ତେବେ ଅନ୍ୟ ୩ ଜଣଙ୍କ ପତ୍ତା ମିଳିନାହିଁ। ଅନ୍ୟପକ୍ଷରେ ନିଖୋଜ ହୋଇଥିବା ୩ ଜଣ ବ୍ୟକ୍ତି କିଏ? ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରି ନାହିଁ। ବୈପାରୀଗୁଡ଼ା ଥାନା ହଳଦୀଗୁଣ୍ଡା ଗାଁର ଜୟଦେବ ଧାରୁଆ […]

ଅଦ୍ୟତନ ହୋଇଛି
ଗୁମ୍ଫାରେ ନେଇଥିଲେ ଆଶ୍ରୟ, ହଠାତ୍‌ ଖସିଲା ବିରାଟକାୟ ପଥର

Koraput

Advertisment

ଜୟପୁର (ଟି.ଗୌରୀଶଙ୍କର): ଜଙ୍ଗଲରେ ପ୍ରବଳ ବର୍ଷା ହେଉଥିବାରୁ ଗୁମ୍ଫାରେ ଆଶ୍ରୟ ନେଇଥିଲେ। ଠିକ୍‌ ସେହି ସମୟରେ ଖସିଥିଲା ବିରାଟକାୟ ପଥର। ଆଉ ସେହି ପଥର ତଳେ ଚାପି ହୋଇଯାଇଥିଲେ ଦୁଇ ଯୁବକ। ଏପରି ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ତେବେ ଅନ୍ୟ ୩ ଜଣଙ୍କ ପତ୍ତା ମିଳିନାହିଁ। ଅନ୍ୟପକ୍ଷରେ ନିଖୋଜ ହୋଇଥିବା ୩ ଜଣ ବ୍ୟକ୍ତି କିଏ? ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରି ନାହିଁ।

Advertisment

ବୈପାରୀଗୁଡ଼ା ଥାନା ହଳଦୀଗୁଣ୍ଡା ଗାଁର ଜୟଦେବ ଧାରୁଆ ଓ ସମାରୁ ଧାରୁଆଙ୍କ ପୁଅ ତ୍ରିଲୋଚନ ମାଳିପଦର ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବେପାର କରନ୍ତି। ଗତ ମଙ୍ଗଳବାର ଧାରୁଆ ଓ ତ୍ରିଲୋଚନଙ୍କ ସମେତ ୫ ଜଣ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁ ସେମାନେ ସାବେରୀ ନଦୀ କୂଳରେ ଥିବା ଗୁମ୍ଫା ଭିତରେ ଆଶ୍ରୟ ନେଇଥିଲେ। ଠିକ୍‌ ସେହି ସମୟରେ ଗୁମ୍ଫାରୁ ବିରାଟକାୟ ପଥର ଖସିଥିଲା। ଜୟଦେବ ଓ ତ୍ରିଲୋଚନ ସେହି ପଥର ଭିତରେ ଚାପି ହୋଇଯାଇଥିଲେ। ଚିତ୍କାର କରିଥିଲେ ମଧ୍ୟ କେହି ଶୁଣିନଥିଲେ। ପରିବାର ଲୋକ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ।

ବର୍ଷା ଛାଡ଼ିବା ପରେ ବୁଧବାର ମାଳିପଦର ଗାଁର କିଛି ଲୋକ ସାବେରୀ ନଦୀକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରୁଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ସେମାନେ ସେହି ଗୁମ୍ଫା ଭିତରେ ପଶି ଯାଇଥିଲେ। ସେହି ସମୟରେ ପଥର ତଳେ ଜୟଦେବ ଓ ତ୍ରିଲୋଚନ ଚାପି ହୋଇ ଯାଇଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଏନେଇ ସ୍ଥାନୀୟ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ୍‌ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ଅନ୍ୟ ୩ ଜଣଙ୍କ ପତ୍ତା ମିଳିନଥିବା ଜଣାପଡ଼ିଛି। ପୁଲିସ ଗାଁକୁ ଯାଇ ଖାନତଲାସି ଚଳାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe