Advertisment

ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ବୈଜୟନ୍ତ

ଭୁବନେଶ୍ୱର : ବିଜୁ ଜନତା  ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓଡିଶାର ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସାଂସଦ ଶ୍ରୀ ପଣ୍ଡା ଏକ ପତ୍ର ଲେଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାର ତଦନ୍ତ କରାଯିବ ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ସାଂସଦ ଶ୍ରୀ ପଣ୍ଡା ବିଗତ ଦୁଇ ବର୍ଷ ଧରି ତେଲେଙ୍ଗାନାର ବିଭିନ୍ନ […]

author-image
Rakesh Mallick
ଅଦ୍ୟତନ ହୋଇଛି
ନବୀନ ନିବାସରେ କେନ୍ଦ୍ରାପଡ଼ା ବିଜେଡି ସଭାପତି; କହିଲେ- ବୈଜୟନ୍ତଙ୍କୁ ପୂରା ବାହାର କର

BAIJAYANT_PAN_1827084f

ଭୁବନେଶ୍ୱର : ବିଜୁ ଜନତା  ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓଡିଶାର ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସାଂସଦ ଶ୍ରୀ ପଣ୍ଡା ଏକ ପତ୍ର ଲେଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାର ତଦନ୍ତ କରାଯିବ ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ସାଂସଦ ଶ୍ରୀ ପଣ୍ଡା ବିଗତ ଦୁଇ ବର୍ଷ ଧରି ତେଲେଙ୍ଗାନାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସେଠାରେ କାମ କରୁଥିବା ଓଡିଆ ଦାଦନ ଶ୍ରମିକଙ୍କ ସୁରକ୍ଷା ଏବଂ ବିଭିନ୍ନ ସମସ୍ୟା ଦିଗରେ ସେଠାକାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ମାର୍ଚ୍ଚ ମାସ ୧୮ ତାରିଖରେ ଏକ ପତ୍ର ଦ୍ୱାରା ସାଂସଦ ଶ୍ରୀ ପଣ୍ଡା ତେଲେଙ୍ଗନାରେ କାମ କରୁଥିବା ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ସୁରକ୍ଷା ବିଷୟରେ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । ଶ୍ରୀ ପଣ୍ଡା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଏପରି ଏକ ସମ୍ୱେଦନଶୀଳ ଘଟଣାରେ ହସ୍ତକ୍ଷେପ କରି ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।