Advertisment

ଉଦ୍‌ଘାଟନ ହେବ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ର, ପଢ଼ି ପାରିବେ ଯେକୌଣସି ଡିଗ୍ରୀଧାରୀ ଛାତ୍ରଛାତ୍ରୀ

ପୁରୀ(ଓଡ଼ିଶା ରିପୋର୍ଟର): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ମହର୍ଷି ସନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଦ୍ୱାରା ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ର ଖୁବ୍ ଶୀଘ୍ର ଶୁଭାରମ୍ଭ କରାଯିବ। ପୁରୀରେ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ଏହି ବେଦ ବିଦ୍ୟାଳୟ ଓ ଅଧ୍ୟୟନ କେନ୍ଦ୍ର କାର୍ଯ୍ୟକାରୀ ହେବ। ହିନ୍ଦୁ ଅଧ୍ୟୟନ କେନ୍ଦ୍ରରେ ହିନ୍ଦୁ ଧର୍ମଶାସ୍ତ୍ର, ପୁରାଣ ଇତିହାସ, ଦର୍ଶନ ଓ ଅଦ୍ୱୈତ ବେଦାନ୍ତ ପାଠ୍ୟକ୍ରମ ରହିଛି। ସେହିପରି  ବେଦ ବିଦ୍ୟାଳୟରେ […]

ଅଦ୍ୟତନ ହୋଇଛି
ଉଦ୍‌ଘାଟନ ହେବ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ର, ପଢ଼ି ପାରିବେ ଯେକୌଣସି ଡିଗ୍ରୀଧାରୀ ଛାତ୍ରଛାତ୍ରୀ

sadasiba

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ମହର୍ଷି ସନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଦ୍ୱାରା ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ର ଖୁବ୍ ଶୀଘ୍ର ଶୁଭାରମ୍ଭ କରାଯିବ। ପୁରୀରେ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ଏହି ବେଦ ବିଦ୍ୟାଳୟ ଓ ଅଧ୍ୟୟନ କେନ୍ଦ୍ର କାର୍ଯ୍ୟକାରୀ ହେବ। ହିନ୍ଦୁ ଅଧ୍ୟୟନ କେନ୍ଦ୍ରରେ ହିନ୍ଦୁ ଧର୍ମଶାସ୍ତ୍ର, ପୁରାଣ ଇତିହାସ, ଦର୍ଶନ ଓ ଅଦ୍ୱୈତ ବେଦାନ୍ତ ପାଠ୍ୟକ୍ରମ ରହିଛି। ସେହିପରି  ବେଦ ବିଦ୍ୟାଳୟରେ ଋଗବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ ପାଠ୍ୟକ୍ରମ ରହିଛି। ଯେକୌଣସି ଡିଗ୍ରୀଧାରୀ ଛାତ୍ରଛାତ୍ରୀ ଏହା ପଢିପାରିବେ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନର ଉପାଧ୍ୟକ୍ଷ ପ୍ରଫେସର ପ୍ରଫୁଲ୍ଲ ମିଶ୍ର ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ଶ୍ରୀନିବାସ ବରଖେଡୀ ସୂଚନା ଦେଇଛନ୍ତି।

Advertisment

ବେଦ ବିଦ୍ୟାଳୟ ଓ ଅଧ୍ୟୟନ କେନ୍ଦ୍ର ଉଦଘାଟନ ସହ ସଂସ୍କୃତ ସମ୍ବର୍ନ୍ଧନ କେନ୍ଦ୍ରୀୟ ଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ସଦାଶିବ ପରିସରରେ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ଦିନ ୧୦ଟାରେ ଟାଉନ ହଲ ପରିସରରେ ସଭା ଅନୁଷ୍ଠିତ ହେବ।

ବେଦ ବିଦ୍ୟାଳୟ ଓ ଅଧ୍ୟୟନ କେନ୍ଦ୍ରରେ ଆଧୁନିକ ସମାଜବିଜ୍ଞାନ ସହ ହିନ୍ଦୁଧର୍ମ ଶାସ୍ତ୍ର ସମ୍ପର୍କରେ ପଢାଯିବ। ଦୁଇବର୍ଷର ଏହି କୋର୍ସର ପଠନ ଉଜ୍ଜୟନୀର ରାଷ୍ଟ୍ରୀୟ ବେଦ ପ୍ରତିଷ୍ଠାନରେ ଆରମ୍ଭ ହୋଇଯାଇଛି। ସାରା ଭାରତବର୍ଷର ୫ଟି ସ୍ଥାନରେ ଏହି ପ୍ରତିଷ୍ଠାନ କରାଯିବ। ତେବେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ଏହା ଶୁଭ ପଡ଼ିବ ବୋଲି ପ୍ରଫେସର ପ୍ରଫୁଲ ମିଶ୍ର କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe