Advertisment

ଅମାନିଆଙ୍କ ଲାଗି ଉଆସପଲ୍ଲୀ ଗାଁ ଶଟ୍‌ଡାଉନ୍‌

ବାଙ୍କୀ(ସଞ୍ଜୀପ କୁମାର ନାୟକ): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ରହିବା ପାଇଁ ପଞ୍ଚାୟତରେ କ୍ୱାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି। ହେଲେ କିଛି ଅମାନିଆ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନଯାଇ ଘରକୁ ପଳାଉଥିବା ଅଭିଯୋଗ ହୋଇଛି। ଏମିତିକି ସେମାନେ ପରିବାର ଲୋକଙ୍କ ସହ ମିଳାମିଶା କରିବା ସହ ଗାଁରେ ବୁଲାବୁଲି କରୁଛନ୍ତି। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ର କାଲିପୋଇ ପଞ୍ଚାୟତରୁ। ଏହି ପଞ୍ଚାୟତର ଉଆସପଲ୍ଲୀ ଗାଁର ଦୁଇ ଜଣ ଯୁବକ ଦୁଇ ଦିନ […]

author-image
Jyoshna Pradhan
ଅମାନିଆଙ୍କ ଲାଗି ଉଆସପଲ୍ଲୀ ଗାଁ ଶଟ୍‌ଡାଉନ୍‌

banki

ବାଙ୍କୀ(ସଞ୍ଜୀପ କୁମାର ନାୟକ): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ରହିବା ପାଇଁ ପଞ୍ଚାୟତରେ କ୍ୱାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି। ହେଲେ କିଛି ଅମାନିଆ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନଯାଇ ଘରକୁ ପଳାଉଥିବା ଅଭିଯୋଗ ହୋଇଛି। ଏମିତିକି ସେମାନେ ପରିବାର ଲୋକଙ୍କ ସହ ମିଳାମିଶା କରିବା ସହ ଗାଁରେ ବୁଲାବୁଲି କରୁଛନ୍ତି। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ର କାଲିପୋଇ ପଞ୍ଚାୟତରୁ।

Advertisment

ଏହି ପଞ୍ଚାୟତର ଉଆସପଲ୍ଲୀ ଗାଁର ଦୁଇ ଜଣ ଯୁବକ ଦୁଇ ଦିନ ତଳେ କଲିକତା ଓ ହାଇଦ୍ରାବାଦରୁ ଫେରିଥିଲେ। ହେଲେ ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ  ନରହି ସିଧା ଘରକୁ ପଳାଇଥିଲେ। ଏନେଇ ସରପଞ୍ଚ ସୁବାସ ଚନ୍ଦ୍ର ସ୍ୱାଇଁ ଜାଣିବା ପରେ ସେମାନଙ୍କୁ ଯାଇ ତାଗିଦ୍ କରିଥିଲେ। ଏହାସହ ସେମାନଙ୍କ ବିରୋଧରେ ବାଙ୍କୀ ବୈଦ୍ୟେଶ୍ୱର ଥାନାରେ ଜଣାଇଥିଲେ। ଏହାପରେ ପୁଲିସ୍‌ ସେମାନଙ୍କୁ ଆଣି ଗତକାଲି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିଛି। ତେବେ କରୋନା ସଂକ୍ରମଣ ଆଶଙ୍କାରେ କାଲିପୋଇ ସରପଞ୍ଚ ଉଆସପଲୀ ଗାଁକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଶଟ୍‌ଡାଉନ୍‌ ୧୮ ତାରିଖ ଯାଏ ବଳବତ୍ତର ରହିବ।