Advertisment

ବିଜେପିର ବିଜେଡି ପ୍ରେମ: ହାତରୁ ଖସିଲା ଉଦଳା ବ୍ଲକ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ବିଜେପି ଓ ବିଜେଡି ମଧ୍ୟରେ ଅଘୋଷିତ ରାଜିନାମା ଏବେ ରାଜ୍ୟ ବିଜେପିକୁ ମହଙ୍ଗା ପଡ଼ିଛି। ବିଜେପିର ଗଡ଼ ଭାବେ ପରିଚିତ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ନିଜର କରାମତି ଦେଖାଇଛି। ଉଦଳା ବିଧାନସଭା ଆସନରେ ବିଜେପିର ବିଧାୟକ ଥିବା ସତ୍ତ୍ୱେ ଉଦଳା ବ୍ଲକ ଅଧ୍ୟକ୍ଷା ବିଜେପିର କାର୍ମୀ ମୁର୍ମୁ ଓ ତାଙ୍କର ବହୁ ସମର୍ଥକଙ୍କୁ ଦଳରେ ସାମିଲ କରିବାରେ ବିଜେଡି ସକ୍ଷମ ହୋଇଛି। ରାଜ୍ୟ ବିଜେପିର ନିରବତା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ […]

author-image
Manoranjan Sial
ବିଜେପିର ବିଜେଡି ପ୍ରେମ: ହାତରୁ ଖସିଲା ଉଦଳା ବ୍ଲକ୍

Udala-bjp-workers-are-join-in-bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ବିଜେପି ଓ ବିଜେଡି ମଧ୍ୟରେ ଅଘୋଷିତ ରାଜିନାମା ଏବେ ରାଜ୍ୟ ବିଜେପିକୁ ମହଙ୍ଗା ପଡ଼ିଛି। ବିଜେପିର ଗଡ଼ ଭାବେ ପରିଚିତ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ନିଜର କରାମତି ଦେଖାଇଛି। ଉଦଳା ବିଧାନସଭା ଆସନରେ ବିଜେପିର ବିଧାୟକ ଥିବା ସତ୍ତ୍ୱେ ଉଦଳା ବ୍ଲକ ଅଧ୍ୟକ୍ଷା ବିଜେପିର କାର୍ମୀ ମୁର୍ମୁ ଓ ତାଙ୍କର ବହୁ ସମର୍ଥକଙ୍କୁ ଦଳରେ ସାମିଲ କରିବାରେ ବିଜେଡି ସକ୍ଷମ ହୋଇଛି। ରାଜ୍ୟ ବିଜେପିର ନିରବତା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରିବା ରଣନୀତି ଉପରେ କାମ ଆରମ୍ଭ କରିଛି।

Advertisment

ଆଜି ନବୀନ ନିବାସରେ ମିଶ୍ରଣ ପର୍ବରେ ଉଦଳା ବ୍ଲକ୍ ଅଧ୍ୟକ୍ଷା ବିଜେପିର କାର୍ମୀ ମୁର୍ମୂ, ଥୁମ୍ପୁ ମୁର୍ମୂ, ବାହୁବନ୍ଧ ପଞ୍ଚାୟତ ବିଜେପି ସଭାନେତ୍ରୀ ପୁଷ୍ପଲତା ଦାସ, ପାଟଶାଣୀପୁର ପଞ୍ଚାୟତ ବିଜେପି ସଭାପତି ବୀର ସିଂହ, ପୂର୍ବତନ ସମିତି ସଭ୍ୟା ଝୁନୁମଣୀ ନାଏକଙ୍କ ସମେତ ଉଦଳା ବ୍ଲକର ୫୦ରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ ଏହି ଯୋଗଦାନ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ଦିଗରେ ସହାୟକ ହେବ। ଏହି ମିଶ୍ରଣ ସମୟରେ ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍, ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଯୁଗଳ ମୁର୍ମୁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ମୟୂରଭଞ୍ଜ ଜିଲ୍ଲାରେ ପୋଛି ହୋଇଯାଇଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ୯ଟିରୁ ମାତ୍ର ୩ଟି ବିଧାନସଭା ଆସନ ଜିତିବାରେ ସକ୍ଷମ ହୋଇଥିଲା। ବିଜେଡି ଏବେ ବିଜେପିର ସଂଗଠନକୁ ଜିଲ୍ଲାରେ ଦୁର୍ବଳ କରୁଥିବାବେଳେ ଆଗାମୀ ଦିନରେ ରାଜ୍ୟ ବିଜେପି କିଭଳି ଆଭିମୁଖ୍ୟ ପୋଷଣ କରୁଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ।

Advertisment