Advertisment

ମନ୍ଦ ଉଦ୍ଦେଶ୍ୟ ସନ୍ଦେହ: ଦଉଡିରେ ବାନ୍ଧି ଜଣଙ୍କୁ ନିସ୍ତୁକ ପିଟିଲେ ଲୋକେ

ଉଦଳା: ମନ୍ଦ ଉଦ୍ଦେଶ୍ୟ ରଖି ଘରେ ପଶିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଭୁରୁଡୁବଗି ଗାଁରୁ।

ଅଭିଯୋଗ ଅନୁସାରେ ଗତକାଲି ରାତିରେ ଗାଁର ସତ୍ୟାନନ୍ଦ ପଣ୍ଡା ନାମକ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ଘରକୁ ଯାଇଥିଲେ। ତାଙ୍କର କିଛି ଅସଦ୍ ଉଦ୍ଦେଶ୍ୟ ଥିବା ସନ୍ଦେହ କରି ଗାଁ ଲୋକେ ସତ୍ୟାନନ୍ଦଙ୍କୁ ଦଉଡ଼ିରେ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଥିଲେ। ପୁରୁଷଙ୍କ କଥା ଛାଡ଼ନ୍ତୁ, ମହିଳାମାନେ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe