/odisha-reporter/media/post_attachments/uploads/2015/05/deepak.jpg)
deepak
ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୀପକ ଗୁପ୍ତାଙ୍କର ସଂପତ୍ତି ଜବତ କରିଛି। ପ୍ରାୟ ୪୦୦ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଏଥି ମଧ୍ୟରେ ଦୀପକ ଗୁପ୍ତାଙ୍କ ପରିବାର ଓ କଂପାନୀର ସଂପତ୍ତି ବି ସାମିଲ ଅଛି। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଏହି ସଂପତ୍ତିକୁ ଜବତ କରିଛି ଇଡି। ଉଲିବୁରୁ ଖଣିରେ ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୩ର ସେପ୍ଟେମ୍ବର ମାସରେ ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
