Advertisment

ବିଲରେ ଦା’ ଧରି ଧାନ କାଟିଲେ ବିଧାୟକ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ବିଧାୟକ ସାଜିଲେ ଚାଷୀ। ବିଲରେ ଦା’ ଧରି ନିଜେ କାଟିଲେ ଧାନ। ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ବିଧାୟକ ନିଜ ଜମିରେ ଅନ୍ୟ ମଜୁରିଆଙ୍କ ସହ ମିଶି ଧାନ କାଟିଛନ୍ତି। ଏଥିସହ ଧାନ ବିଡ଼ାକୁ ସଜାଡ଼ି ରଖୁଛନ୍ତି। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜେ ଜଣେ ଚାଷୀ ପରିବାରରୁ ଆସିଥିବାବେଳେ ପେଷାରେ ଜଣେ ଓକିଲ ମଧ୍ୟ। […]

author-image
Manoranjan Sial
ଅଦ୍ୟତନ ହୋଇଛି
ବିଲରେ ଦା’ ଧରି ଧାନ କାଟିଲେ ବିଧାୟକ

mla

ଉମରକୋଟ(କାର୍ତ୍ତିକ ମଲ୍ଲିକ): ବିଧାୟକ ସାଜିଲେ ଚାଷୀ। ବିଲରେ ଦା’ ଧରି ନିଜେ କାଟିଲେ ଧାନ। ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି।

Advertisment

publive-imageବିଧାୟକ ନିଜ ଜମିରେ ଅନ୍ୟ ମଜୁରିଆଙ୍କ ସହ ମିଶି ଧାନ କାଟିଛନ୍ତି। ଏଥିସହ ଧାନ ବିଡ଼ାକୁ ସଜାଡ଼ି ରଖୁଛନ୍ତି। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜେ ଜଣେ ଚାଷୀ ପରିବାରରୁ ଆସିଥିବାବେଳେ ପେଷାରେ ଜଣେ ଓକିଲ ମଧ୍ୟ। ତଥାପି ତାଙ୍କର ଚାଷ କାମ ପ୍ରତି ରହିଛି ଦୁର୍ବଳତା। ଅନ୍ୟମାନଙ୍କ ସହ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ବିଧାୟକ କହିଛନ୍ତି। ଲୋକେ ତାଙ୍କୁ ଜନପ୍ରତିନିଧି ଭାବେ ବାଛିଛନ୍ତି ତଥାପି ସେ କୌଳିକ ବୃତ୍ତିକୁ ଛାଡ଼ିପାରିବେ ନାହିଁ ବୋଲି କହିଛନ୍ତି ନିତ୍ୟାନନ୍ଦ।

ବିଧାୟକଙ୍କ ପତ୍ନୀ ମଧ୍ୟ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ନିତ୍ୟାନନ୍ଦଙ୍କ ପତ୍ନୀ ପେଶାରେ ଜଣେ ଶିକ୍ଷୟିତ୍ରୀ। ବର୍ତ୍ତମାନ କୋରୋନା କାରଣରୁ ସ୍କୁଲ ଛୁଟି ଥିବାରୁ ସେ ବିଧାୟକ ସ୍ୱାମୀଙ୍କ ସହ ମିଶି ଚାଷ କାମରେ ସାହାଯ୍ୟ କରୁଥିବା କହିଛନ୍ତି।

Advertisment

ପଢନ୍ତୁ: ଜାତୀୟ ରାଜପଥରେ ହାତୀ ପଲ

Odisha News Odia News