Advertisment

ଫୋନି ମୁକାବିଲା: ସରକାରଙ୍କୁ ସାବାସି ଦେଲା ମିଳିତ ଜାତିସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫଳତାର ସହ ‘ଫୋନି’ ମୁକାବିଲା ଲାଗି ସରକାରଙ୍କୁ ମିଳିତ ଜାତିସଂଘ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି। ପାଣିପାଗ ବିଭାଗର ଆଗୁଆ ସଠିକ୍‌ ଆକଳନ ଏବଂ ନିର୍ଦ୍ଧିଷ୍ଟ ସୂଚନା ପାଇଁ ଓଡ଼ିଶାର ବହୁ ଜୀବନ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି। ପ୍ରଭୂତ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏକ ବଡ଼ ଧରଣର ସ୍ଥାନାନ୍ତର ମିଶନ୍‌ରେ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି। ଫଳରେ ଯଥାସମ୍ଭବ ସର୍ବନିମ୍ନ ସଂଖ୍ୟକ ଧନଜୀବନ କ୍ଷତି ହୋଇଛି ବୋଲି ଏକ ପ୍ରେସ୍‌ ବିକୃତ୍ତିରେ ଜାତୀସଂଘର ପ୍ରାକୃତିକ ବିପର୍ଯ୍ୟୟ […]

ଅଦ୍ୟତନ ହୋଇଛି
ଫୋନି ମୁକାବିଲା: ସରକାରଙ୍କୁ ସାବାସି ଦେଲା ମିଳିତ ଜାତିସଂଘ

uo

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫଳତାର ସହ ‘ଫୋନି’ ମୁକାବିଲା ଲାଗି ସରକାରଙ୍କୁ ମିଳିତ ଜାତିସଂଘ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି। ପାଣିପାଗ ବିଭାଗର ଆଗୁଆ ସଠିକ୍‌ ଆକଳନ ଏବଂ ନିର୍ଦ୍ଧିଷ୍ଟ ସୂଚନା ପାଇଁ ଓଡ଼ିଶାର ବହୁ ଜୀବନ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି। ପ୍ରଭୂତ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏକ ବଡ଼ ଧରଣର ସ୍ଥାନାନ୍ତର ମିଶନ୍‌ରେ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି। ଫଳରେ ଯଥାସମ୍ଭବ ସର୍ବନିମ୍ନ ସଂଖ୍ୟକ ଧନଜୀବନ କ୍ଷତି ହୋଇଛି ବୋଲି ଏକ ପ୍ରେସ୍‌ ବିକୃତ୍ତିରେ ଜାତୀସଂଘର ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଶାଖା ପକ୍ଷରୁ ପ୍ରତିନିଧି ମାମି ମଜୁମ୍‌ଦାର କହିଛନ୍ତି।

Advertisment

ସାମୁଦ୍ରିକ ଝଡ ଫନି ୩ ତାରିଖରେ ପୁରୀ ସମୁଦ୍ର ତଟରେ ଲ୍ୟାଣ୍ଡଫଲ୍‌ କରିଥିବା ବେଳେ ପୁରୀରେ ପ୍ରାୟ ୨୦୦ କିମି ବେଗରେ ପବନ ବହି ସବୁ ଛାରଖାର କରିଥିଲା। ପାର୍ଶ୍ୱବର୍ତ୍ତି ଅଞ୍ଚଳର ଭାବେ ଖୋର୍ଦ୍ଧା ଓ କଟକ ଜିଲାରେ ମଧ୍ୟ ତାଣ୍ଡବ ରାଚାଇଥିଲା ଫୋନି। ତେବେ କ୍ଷତିକ୍ଷତି ଓ ଜୀବନ ହାନୀ ସମ୍ପର୍କରେ ସଠିକ୍‌ ଆକଳନ ହୋଇ ନ ଥିଲେ ମଧ୍ୟ ପୁରୀ ଓ ଖୋର୍ଦ୍ଧା ଜିଲାରେ ପ୍ରଭୂତ କ୍ଷତି ଘଟିଥିବା କୁହାଯାଉଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ ଫନି ପ୍ରଭାବରେ ଶ୍ରୀହିନ ହୋଇପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe