Advertisment

ଦେଶରେ ଖସୁଛି, ଓଡ଼ିଶାରେ ବଢ଼ୁଛି ବେକାରୀ ହାର!

ଦେଶରେ ବେକାରୀ ହାର କମୁଛି, ହେଲେ ଓଡ଼ିଶାରେ ବେକାରୀ ହାର ବଢ଼ୁଛି। ପରିସଂଖ୍ୟାନ ମନ୍ତ୍ରଣାଳୟର ବାର୍ଷିକ ପିଏଲଏଫ୍ ସର୍ଭେରୁ ଆସିଛି ବାସ୍ତବ ଚିତ୍ର। ଓଡ଼ିଶାଠାରୁ ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗରେ ବେକାରୀ ହାର କମ୍। ଦେଖନ୍ତୁ ଦେଶର ବେକାରୀର ଚିତ୍ର। ବର୍ଷକ ଭିତରେ ଦେଶର ବେକାରୀ ହାର ୪.୨ରୁ ୪.୧କୁ କମିଥିବାବେଳେ ଓଡ଼ିଶାରେ ବେକାରୀ ହାର ୫.୩ରୁ ୬କୁ ବୃଦ୍ଧି ପାଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ଦେଶରେ କାମ ଚାହୁଁଥିବା ୧୦୦ ଲୋକଙ୍କ ଭିତରୁ ୪ ଜଣ ବେକାର ଥିବାବେଳେ ଓଡ଼ିଶାରେ ଏହା ୬ ଜଣ। ସେହି ବର୍ଷକ ଭିତରେ ପଡ଼ୋଶୀ ଝାଡ଼ଖଣ୍ଡରେ ବେକାରୀ ହାର ୩.୧ରୁ ୨ ପ୍ରତିଶତକୁ ଖସିଛି। ଛତିଶଗଡ଼ରେ ବେକାରୀ ହାର ୨.୫ରୁ ୨.୪କୁ ଖସିଛି।

Advertisment
Bjp BjD Odisha Congress Unemployment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe