Advertisment

ଭଦ୍ରକରେ ଅଘଟଣ, ଜଳିଗଲା ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଓ ଶ୍ରୀ ବିଗ୍ରହ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଶ୍ରୀ ବିଗ୍ରହମାନଙ୍କ ଦେହରେ ନିଆଁ ଲାଗିଛି। ପୋଡ଼ି ଯାଇଛନ୍ତି ମହାପ୍ରଭୁଙ୍କ ବିଗ୍ରହ। ଘଟଣାଟି ଘଟିଛି ଭଦ୍ରକ ଜିଲା ଭଣ୍ଡାରି ପୋଖରୀ ବ୍ଲକ, ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମରେ। ଏହି ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଗତ ରବିବାର ମଧ୍ୟାହ୍ନରେ ହଠାତ୍‌ ଅଗ୍ନିକାଣ୍ଡ ହୋଇଥିଲା। ମନ୍ଦିର ପରିସରରେ କେହି ନ ଥିବାରୁ ଏ ସମ୍ପର୍କରେ କେହି ଜାଣିପାରି ନ ଥିଲେ ଓ ଠାକୁର ପୋଡ଼ି ଯାଇଥିଲେ। ଗ୍ରାମର ସୁଭେନ୍ଦୁ ସାହୁ ମନ୍ଦିରରୁ ଧୁଆଁ ବାହାରୁଥିବା […]

author-image
Mihir Pattnayak
ଅଦ୍ୟତନ ହୋଇଛି
ଭଦ୍ରକରେ ଅଘଟଣ, ଜଳିଗଲା ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଓ ଶ୍ରୀ ବିଗ୍ରହ

e4

ଭଦ୍ରକ(ଓଡ଼ିଶା ରିପୋର୍ଟର): ଶ୍ରୀ ବିଗ୍ରହମାନଙ୍କ ଦେହରେ ନିଆଁ ଲାଗିଛି। ପୋଡ଼ି ଯାଇଛନ୍ତି ମହାପ୍ରଭୁଙ୍କ ବିଗ୍ରହ। ଘଟଣାଟି ଘଟିଛି ଭଦ୍ରକ ଜିଲା ଭଣ୍ଡାରି ପୋଖରୀ ବ୍ଲକ, ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମରେ। ଏହି ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଗତ ରବିବାର ମଧ୍ୟାହ୍ନରେ ହଠାତ୍‌ ଅଗ୍ନିକାଣ୍ଡ ହୋଇଥିଲା। ମନ୍ଦିର ପରିସରରେ କେହି ନ ଥିବାରୁ ଏ ସମ୍ପର୍କରେ କେହି ଜାଣିପାରି ନ ଥିଲେ ଓ ଠାକୁର ପୋଡ଼ି ଯାଇଥିଲେ।

Advertisment

ଗ୍ରାମର ସୁଭେନ୍ଦୁ ସାହୁ ମନ୍ଦିରରୁ ଧୁଆଁ ବାହାରୁଥିବା ଦେଖି ଡାକ ପକାଇଥିଲେ। ଗ୍ରାମବାସୀ ଏକାଠି ହୋଇ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଖୋଲି ଦେଖିବା ବେଳକୁ ଠାକୁରଙ୍କ ଶ୍ରୀ ବିଗ୍ରହ ପୋଡ଼ି ସାରିଥିଲା।

ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଦୁଃଖିତ ହୋଇ ପଡିଛନ୍ତି। ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ସହ ଯୋଗାଯୋଗ କରିବାକୁ ଗ୍ରାମବାସୀ ଉଦ୍ୟମ ଆରମ୍ଭ କରିଛନ୍ତି। ୧୧ ଜଣିଆ ମନ୍ଦିର ପରିଚାଳନା କମିଟି ସଦସ୍ୟ ପୁରୀ ଯାଇ କ’ଣ କରାଯାଇ ପାରିବ ସେ ନେଇ ଆଲୋଚନା ଜାରି ରଖିଛନ୍ତି।

Advertisment

ବିଡମ୍ବନାର ବିଷୟ ଏହା ଯେ, ଏପର୍ଯନ୍ତ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ଠାକୁରଙ୍କ ବିଗ୍ରହ ପୁନଃ ସ୍ଥାପନ ତଥା ମନ୍ଦିର ପ୍ରତିଷ୍ଠା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି। ମହାପ୍ରଭୁ ଏ ଜାତିର ଇଷ୍ଟ ହୋଇଥିବାରୁ ଏହା ପ୍ରତି ଓଡ଼ିଆ ପାଇଁ ଦୁଃଖର ବିଷୟ। ଏଣୁ ଏଥିପ୍ରତି ତୁରନ୍ତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଏ ସମ୍ପର୍କିତ ଖବର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।