Advertisment

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ରେଳ ଧାରଣାରେ ଫିଙ୍ଗିଦେଲେ

ବାଲେଶ୍ୱର(ରଞ୍ଜିତ ପାକଳ): ଅଜଣା ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆଜି ସନ୍ଧ୍ୟାବେଳେ ଏପରି ଏକ ଘଟଣା ବାଲେଶ୍ୱର ଟାଉନ୍‌ ଶୋଭାରାମପୁର ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜ ଅଞ୍ଚଳର ବଳରାମ ସେଠୀଙ୍କୁ ଆଜି ସନ୍ଧ୍ୟା ବେଳେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପରେ ସେ ମରିଯାଇଥିବା ଭାବି ରେଳ ଧାରଣାରେ ଫିଙ୍ଗି ଦେଇଥିଲେ। ରେଳ ଧାରଣାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରୀ ସେଠୀ […]

author-image
Manoranjan Sial
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ରେଳ ଧାରଣାରେ ଫିଙ୍ଗିଦେଲେ

balasore

ବାଲେଶ୍ୱର(ରଞ୍ଜିତ ପାକଳ): ଅଜଣା ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆଜି ସନ୍ଧ୍ୟାବେଳେ ଏପରି ଏକ ଘଟଣା ବାଲେଶ୍ୱର ଟାଉନ୍‌ ଶୋଭାରାମପୁର ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

Advertisment

ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜ ଅଞ୍ଚଳର ବଳରାମ ସେଠୀଙ୍କୁ ଆଜି ସନ୍ଧ୍ୟା ବେଳେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପରେ ସେ ମରିଯାଇଥିବା ଭାବି ରେଳ ଧାରଣାରେ ଫିଙ୍ଗି ଦେଇଥିଲେ। ରେଳ ଧାରଣାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରୀ ସେଠୀ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ସହଦେବଖୁଣ୍ଟା ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଶ୍ରୀ ସେଠୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ପୁଲିସ ସନ୍ଦେହ କରୁଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ।