ପୂର୍ବତନ ବିଧାୟକଙ୍କଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

ଉମରକୋଟ (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାର ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସଦନ ନାୟକ କାରରେ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କଠାରୁ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।   ନିଜ ପେଟ୍ରୋଲ ପମ୍ପରୁ ବିକ୍ରି ହୋଇଥିବା ଟଙ୍କା ସଂଗ୍ରହ କରି ଏକ ବୋଲେରୋରେ ଘରକୁ ଫେରୁଥିବାବେଳେ ଏହି ଲୁଟ୍ ହୋଇଥିବା ସେ କହିଛନ୍ତି। ଏ ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି […]

sadan

Rakesh Mallick
  • Published: Saturday, 22 December 2018
  • , Updated: 22 December 2018, 10:08 PM IST

ଉମରକୋଟ (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାର ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସଦନ ନାୟକ କାରରେ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କଠାରୁ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

 

ନିଜ ପେଟ୍ରୋଲ ପମ୍ପରୁ ବିକ୍ରି ହୋଇଥିବା ଟଙ୍କା ସଂଗ୍ରହ କରି ଏକ ବୋଲେରୋରେ ଘରକୁ ଫେରୁଥିବାବେଳେ ଏହି ଲୁଟ୍ ହୋଇଥିବା ସେ କହିଛନ୍ତି। ଏ ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ସଦନ। ଅଭିଯୋଗ ପାଇବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story