Advertisment

ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ ଟଙ୍କା

ବଲାଙ୍ଗିର (ସସ୍ମିତା ସାହୁ): ଦିନ ଦ୍ୱିପହରରେ ବନ୍ଧୁକ ମୁନରେ ଲୁଟିନେଲେ ୧୯ ଲକ୍ଷ ଟଙ୍କା। ଆଜି ଏମିତି ଘଟଣା ବଲାଙ୍ଗିର ଦେଓଗାଁର ବଙ୍ଗଳା ଛକ ନିକଟରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧପଡ଼ା ବ୍ୟାଙ୍କକୁ କ୍ୟାସିୟର ଓ ପିଅନ ମାରୁତି କାର୍‌ରେ ୧୯ ଲକ୍ଷ ଟଙ୍କା ନେଇ ଯାଉଥିଲେ। ବଙ୍ଗଳା ଛକ ନିକଟରେ ୩ ଜଣ ଯୁବକ ଏକ ବାଇକ୍‌ରେ ଆସି କାର୍‌ ଉପରକୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ ଟଙ୍କା

unidentified-assailants-open-fire-on-bank-officials-and-loot-19-lakh-rupees-in-cash

ବଲାଙ୍ଗିର (ସସ୍ମିତା ସାହୁ): ଦିନ ଦ୍ୱିପହରରେ ବନ୍ଧୁକ ମୁନରେ ଲୁଟିନେଲେ ୧୯ ଲକ୍ଷ ଟଙ୍କା। ଆଜି ଏମିତି ଘଟଣା ବଲାଙ୍ଗିର ଦେଓଗାଁର ବଙ୍ଗଳା ଛକ ନିକଟରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧପଡ଼ା ବ୍ୟାଙ୍କକୁ କ୍ୟାସିୟର ଓ ପିଅନ ମାରୁତି କାର୍‌ରେ ୧୯ ଲକ୍ଷ ଟଙ୍କା ନେଇ ଯାଉଥିଲେ। ବଙ୍ଗଳା ଛକ ନିକଟରେ ୩ ଜଣ ଯୁବକ ଏକ ବାଇକ୍‌ରେ ଆସି କାର୍‌ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଚାଳକ ଅନ୍ତର୍ଯ୍ୟାମୀ ଘଡ଼େଇ ଗାଡ଼ି ଅଟକାଇବା କ୍ଷଣି, ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଟଙ୍କା ଧରି ଚମ୍ପଟ ମାରିଥିଲେ।

ଅନ୍ତର୍ଯ୍ୟାମୀଙ୍କୁ ବଲାଙ୍ଗିର ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।