Advertisment

ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆଙ୍କ ବଳିଦାନ ସ୍ମରଣୀୟ

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାଣୀତାଲରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ବୀରପୁତ୍ରଙ୍କ ଅବଦାନକୁ ମନେ ପକାଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ବୀରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ କହିଛନ୍ତି। ଓଡ଼ିଶା ମାଟିରେ ସମ୍ରାଟ ଅଶୋକଙ୍କ ହୃଦୟର ପରିବର୍ତ୍ତନ ହୋଇଥିଲା ବୋଲି ସେ କହିଥିଲେ। ସଭା ଆରମ୍ଭରୁ ପୁଲୱାମା ସହିଦଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା […]

ଅଦ୍ୟତନ ହୋଇଛି
ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆଙ୍କ ବଳିଦାନ ସ୍ମରଣୀୟ

r

Advertisment

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାଣୀତାଲରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ବୀରପୁତ୍ରଙ୍କ ଅବଦାନକୁ ମନେ ପକାଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ବୀରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ କହିଛନ୍ତି। ଓଡ଼ିଶା ମାଟିରେ ସମ୍ରାଟ ଅଶୋକଙ୍କ ହୃଦୟର ପରିବର୍ତ୍ତନ ହୋଇଥିଲା ବୋଲି ସେ କହିଥିଲେ। ସଭା ଆରମ୍ଭରୁ ପୁଲୱାମା ସହିଦଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ। ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି, ଦେଶ ଏବେ ଏକଜୁଟ ଅଛି ବୋଲି ସେ କହିଛନ୍ତି। ଏହାସହ ଓଡ଼ିଶାର କାହିଁକି ବିକାଶ ହେଉନାହିଁ ? ରାଜ୍ୟରେ ସ୍ଥାୟୀ ସରକାର ସତ୍ତ୍ୱେ ଓଡ଼ିଶା କାହିଁକି ପଛୁଆ ? ବୋଲି ରାଜନାଥ ପ୍ରଶ୍ନ କରିଥିଲେ।

Advertisment

ସଭାରେ ଉଦ୍‌ବୋଧନ ଛଳରେ ରାଜନାଥ କଂଗ୍ରେସକୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ 'ଚୌକିଦାର ଚୋର' କହିବା ପ୍ରସଙ୍ଗରେ ସେ କହିଥିଲେ, “ଚୌକିଦାର ଚୋର୍ ନହିଁ, PURE, ଆମେ ଜିତିବା SURE। ଆମେ ଆସିଲେ ସବୁ ସମସ୍ୟାର କରିବୁ CURE ।”

publive-imageବିଶ୍ୱଗୁରୁ ହେବ ଭାରତ

ଭାରତ ବିଶ୍ୱଗୁରୁ ହେବ ବୋଲି ରାଜନାଥ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, “ଦିନେ ନା ଦିନେ ଭାରତ ହିଁ ହେବ ବିଶ୍ୱଗୁରୁ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ହେବ ବିଶ୍ୱଗୁରୁ। ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନ ମଧ୍ୟରେ ରହିବ।”

Advertisment

ସେହିପରି ରାଜ୍ୟର ଚାଷୀଙ୍କୁ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ସହାୟତା ରାଶି ମିଳୁନଥିବା କହି, ବିଜେପି ସରକାର ଆସିଲେ ଦେଢ଼ଗୁଣା ଏମ୍ଏସ୍‌ପି କିଭଳି ମିଳିବା ତାହା ନିଶ୍ଚିତ କରାଯିବ ବୋଲି ସେ କହିଥିଲେ।

ସାଧାରଣ ସଭାରେ ସେ ବୁଥସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା କରିଛନ୍ତି ରାଜନାଥ। ସମାବେଶରେ ଉତ୍ତର ଓଡ଼ିଶାର ସବୁ ବୁଥସ୍ତରୀୟ କର୍ମୀ ଯୋଗ ଦେଇଥିଲେ। ସମାବେଶରେ ସେ ଦଳୀୟ ନେତା ଓ କର୍ମୀଙ୍କୁ, କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିବାକୁ କହିଥିଲ।

ଭଦ୍ରକରେ ପହଞ୍ଚିବା ପରେ ରାଜନାଥ ପ୍ରଥମେ ରକ୍ତତୀର୍ଥ ଇରମ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତା’ ପରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କୁ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ ସହ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe