Advertisment

ପାରମ୍ପାରିକ ବସ୍ତ୍ରରେ ମାସ୍କ ତିଆରି କରି ଚର୍ଚ୍ଚାରେ ସୁରେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ସହ ଲଢ଼ିବା ଲାଗି କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ଏହା ମାନିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିୟମ ମଧ୍ୟ ଲାଗୁ କରାଯାଇଛି। ଏହି କ୍ରମରେ ଲକଡାଉନ୍ ସମୟରେ ଘରେ ରହିବା ଏବଂ ଅତିଆବଶ୍ୟକ ହେଲେ ହିଁ ଘରୁ ବାହାରକୁ ପାଦ କାଢ଼ିବାକୁ କୁହାଯାଇଛି। ତେବେ ଘରୁ ବାହାରିବାକୁ ଥିଲା ମାସ୍କ ବା ମୁହଁପଟି ପିନ୍ଧିବା ଅନିବାର୍ଯ୍ୟ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। Innovation has always […]

ପାରମ୍ପାରିକ ବସ୍ତ୍ରରେ ମାସ୍କ ତିଆରି କରି ଚର୍ଚ୍ଚାରେ ସୁରେନ୍ଦ୍ର

Dr. Surendra meher

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ସହ ଲଢ଼ିବା ଲାଗି କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ଏହା ମାନିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିୟମ ମଧ୍ୟ ଲାଗୁ କରାଯାଇଛି। ଏହି କ୍ରମରେ ଲକଡାଉନ୍ ସମୟରେ ଘରେ ରହିବା ଏବଂ ଅତିଆବଶ୍ୟକ ହେଲେ ହିଁ ଘରୁ ବାହାରକୁ ପାଦ କାଢ଼ିବାକୁ କୁହାଯାଇଛି। ତେବେ ଘରୁ ବାହାରିବାକୁ ଥିଲା ମାସ୍କ ବା ମୁହଁପଟି ପିନ୍ଧିବା ଅନିବାର୍ଯ୍ୟ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisment

ନିଜକୁ ତଥା ଅନ୍ୟମାନଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ ମାସ୍କ ନିହାତି ଜରୁରୀ। ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ନିଆରା ଢ଼ଙ୍ଗରେ ମାସ୍କ ପ୍ରସ୍ତୁତ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ଓଡ଼ିଶାର ପ୍ରସିଦ୍ଧ ବୁଣାକାର ଡା. ସୁରେନ୍ଦ୍ର ମେହେର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଟ୍ୱିଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି।

Advertisment

ଜଣାଶୁଣା ବୁଣାକାର ସୁରେନ୍ଦ୍ର ତିଆରି କରିଛନ୍ତି ତିନି ସ୍ତର ବିଶିଷ୍ଟ ଫେସ୍ ମାସ୍କ, ଯାହା କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେବାରେ ବିଶେଷ ସହାୟକ ହେବ। ଯଦି ମାସ୍କ ସଠିକ୍ ଭାବେ ପରିଧାନ ନ କରାଯାଏ, ତେବେ ତାହା କୌଣସି ସୁଫଳ ଦେଇପାରିବ ନାହଁ। ଏଣୁ ମାସ୍କ ପିନ୍ଧିବା ବେଳେ ନାକ, ନାକର ଆଖପାଖ ଓ ଥୋଡ଼ି ବିଶେଷ ଭାବରେ ଆବୃତ୍ତ ହେଉଥିବା ଆବଶ୍ୟକ। ଏ ଦିଗରେ ମଧ୍ୟ ସୁରେନ୍ଦ୍ର ବିଶେଷ ଭାବରେ ଧ୍ୟାନ ଦେଇଛନ୍ତି।

ସୁରେନ୍ଦ୍ର ପାରମ୍ପରିକ ସମ୍ବଲପୁରୀ ବସ୍ତ୍ରରେ ଏଭଳି ଫେସ୍ ମାସ୍କ ପ୍ରସ୍ତୁତ କରିଛନ୍ତି। ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଉପଯୋଗୀ ମଧ୍ୟ। ନାକ, ପାଟି ଓ କାନକୁ ଭଲ ଭାବେ ଆବୃତ୍ତ କରିବା ଲାଗି ମାସ୍କଟିକୁ ଯଥେଷ୍ଟ ବଡ଼ କରି ପ୍ରସ୍ତୁତ କରିଛନ୍ତି ସୁରେନ୍ଦ୍ର, ଯାହା ଭୂତାଣୁ ସହ ଧୂଳି ଓ ଅନ୍ୟ ଜୀବାଣୁଙ୍କଠାରୁ ମଧ୍ୟ ସୁରକ୍ଷା ଦେଇପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe