/odisha-reporter/media/post_attachments/uploads/2019/09/dp.jpg)
dp
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତକୁ ୫ ଲକ୍ଷ କୋଟି ଅର୍ଥନୀତିରେ ପହଞ୍ଚିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଜିଙ୍କ୍ ଗାଲଭାନାଇଜିଂ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ କହିଛନ୍ତି, “ଇସ୍ପାତ ଶିଳ୍ପଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିର ଗୁରୁତ୍ୱକୁ ବୁଝି ଭାରତକୁ ବିଶ୍ୱ ଶକ୍ତି ହେବା ଦିଗରେ ଆଗକୁ ଅଗ୍ରସର କରାଇବା ପାଇଁ ନିଜର ଋଣନୀତି ନିର୍ଣ୍ଣୟ କରିବାକୁ ହେବ। ଭାରତରେ କଞ୍ଚାମାଲ୍ର ଉପଲବ୍ଧତା, ମାନବସମ୍ବଳ ଶକ୍ତି, ବିଶାଳ ସମୁଦ୍ର ତଟ ଓ ଏକ ବୃହତ ବଜାର ରହିଛି। ଦୁନିଆର ସର୍ବଶ୍ରେଷ୍ଠ ବେଞ୍ଚମାର୍କ ପ୍ରତିଷ୍ଠା ପାଇଁ ଭାରତ ପାଖରେ ସବୁ ଯୋଗ୍ୟତା ଅଛି।”
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, “ସାଧାରଣ ଲୋକଙ୍କ ଜୀବନଶୈଳି ସହ ଇସ୍ପାତ ଶିଳ୍ପକୁ ଜଡ଼ିତ ହେବାର ଆବଶ୍ୟକତା ରହିଛି। ଏ ଦିଗରେ ଗାଲଭାନାଇଜଡ୍ ଇସ୍ପାତ୍ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରିବ। ଭାରତ ସରକାର ଇସ୍ପାତ୍ ଶିଳ୍ପ ପାଇଁ ସବୁ ଅନୁକୂଳ ବାତାବରଣ ତିଆରି କରିବା ପାଇଁ ପ୍ରତିବଦ୍ଧ ରହିଛି।”
ସେ କହିଛନ୍ତି, “କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସବୁ ଘରକୁ ଜଳ ଯୋଜନା, ଆବଶ୍ୟକତା ଅନୁଯାୟୀ ଉର୍ଜାର ବୃଦ୍ଧି ଓ ୪୦୦ଟି ସହରରେ ପ୍ରାକୃତିକ ଗ୍ୟାସ ବିତରଣର ଯୋଜନା ଓ ଅନ୍ୟାନ୍ୟ ଯୋଜନା ଇସ୍ପାତ୍ ଶିଳ୍ପକୁ ବୃଦ୍ଧି କରିବାରେ ସୁବିଧା ପ୍ରଦାନ କରିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
