Advertisment

‘ଓଡ଼ିଶା ନବଜାଗରଣରେ ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାମକୃଷ୍ଣ ମଠ ଓ ମିଶନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆଜି ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମଠରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଗାମୀ ୧୦୦ ବର୍ଷ ମଧ୍ୟରେ ଓଡ଼ିଶାରେ ନବଜାଗରଣ ଆଣିବାରେ ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହୋଇ ରହିବ। ସମାଜକୁ ସ୍ୱାଭିମାନୀ କରିବା, ଦୈନନ୍ଦିନ ଜୀବନର ଜଞ୍ଜାଳରୁ ହୋଇ ସମାଧାନର ରାସ୍ତା ବାହାର କରିବା ଏବଂ ସମାଜକୁ ଜାଗରଣ […]

‘ଓଡ଼ିଶା ନବଜାଗରଣରେ ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ’

d2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାମକୃଷ୍ଣ ମଠ ଓ ମିଶନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆଜି ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମଠରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଗାମୀ ୧୦୦ ବର୍ଷ ମଧ୍ୟରେ ଓଡ଼ିଶାରେ ନବଜାଗରଣ ଆଣିବାରେ ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହୋଇ ରହିବ। ସମାଜକୁ ସ୍ୱାଭିମାନୀ କରିବା, ଦୈନନ୍ଦିନ ଜୀବନର ଜଞ୍ଜାଳରୁ ହୋଇ ସମାଧାନର ରାସ୍ତା ବାହାର କରିବା ଏବଂ ସମାଜକୁ ଜାଗରଣ କରିବା ଭଳି ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ ଓଡ଼ିଶାର ନୂଆପିଢିଙ୍କ ପାଖରେ ଆାଧୁନିକ ଢଙ୍ଗରେ ପହଞ୍ଚାଇ ପାରିଲେ ହିଁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଏହା ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି।

Advertisment

ଓଡ଼ିଶା ଶାଖାର ଏହି ମଠକୁ ପୂଜ୍ୟ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବ୍ରହ୍ମାନନ୍ଦଜୀ ମହାରାଜ ଅକ୍ଟୋବର ୩୧, ୧୯୧୯ ମସିହାରେ ସ୍ଥାପନା କରିଥିଲେ। ରାଜଧାନୀ ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମଠ ସ୍ଥାପନା ଦିନଠାରୁ ତା’ର ଧ୍ୟେୟ ଓ ଉଦ୍ଦେଶ୍ୟ ପାଇଁ କାମ କରି ଆସୁଛି। ଓଡିଶାର ରାମକୃଷ୍ଣ ମିଶନ ଓ ମଠର ସ୍ଥାପନାକୁ ଶହେ ବର୍ଷ ପୂରଣ ହୋଇଥିବାରୁ ଏହା ସହ ଜଡିତ ସମସ୍ତ ସାଧୁ ସନ୍ଥ ଓ ପଦାଧିକାରୀ ମାନଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।

ଏଥିରେ ଅନ୍ୟତମ ଅତିଥି ଭାବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଯୋଗ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe