/odisha-reporter/media/post_attachments/uploads/2018/09/union-minister-dharmendra-pradhan-felicitates-national-award-winning-teacher.jpg)
union-minister-dharmendra-pradhan-felicitates-national-award-winning-teacher
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): "ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ର ସବୁ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ। ଆମ ସମସ୍ତଙ୍କ ପାଇଁ ସେ ଗୌରବ ଆଣିଛନ୍ତି। ପ୍ରାଥମିକ ଶିକ୍ଷାର କିପରି ବିକାଶ ହୋଇପାରିବ, ତାହାର ବ୍ଲୁ ପ୍ରିଣ୍ଟ୍ ତାଙ୍କ ପାଖରେ ରହିଛି। ଶ୍ରୀ ମିଶ୍ର ଓ ତାଙ୍କ ସହଧର୍ମିଣୀଙ୍କ ସହ ଆଲୋଚନା ସମୟରେ ତାଙ୍କ ବ୍ୟକ୍ତିତ୍ୱର ଗଭୀରତା ଜାଣିବାକୁ ପାଇଲି" ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
Advertisment
ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କ ସରକାରୀ ବାସଭବନରେ ଶ୍ରୀ ମିଶ୍ରଙ୍କୁ ସମ୍ୱର୍ଦ୍ଧିତ କରିବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ନକ୍ସଲପ୍ରବଣ କୋରାପୁଟ ଜିଲ୍ଲାର ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହେଉଛନ୍ତି ଓମ୍ ପ୍ରକାଶ ମିଶ୍ର। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଗୁରୁଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପୁରସ୍କୃତ କରିଥିଲେ।
Advertisment
ଶିକ୍ଷାଦାନ ପାଇଁ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ମିଶ୍ର କୋରାପୁଟରେ ଘରେ ଘରେ ପରିଚିତ। ବିଶେଷ କରି ଜନଜାତି ବହୁଳ ଓ ଅପହଞ୍ଚ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ନୂଆଜ୍ଞାନ କୌଶଳ ମାଧ୍ୟମରେ ଶିକ୍ଷାଦାନ କରିବାରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
