"ଆମ ଗାଁ ଆମ ବିକାଶ ଓ ‘ବିଜୁ ଯୁବ ବାହିନୀ’ ଗଢ଼ିବା ପାଇଁ ଟଙ୍କା ଅଛି; ଶିକ୍ଷକଙ୍କୁ ଦରମା ଦେବାକୁ ନାହିଁ?”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ” ନିର୍ବାଚନ ଜିତିବା ପାଇଁ ‘ଆମ ଗାଁ ଆମ ବିକାଶ’ ଓ ‘ବିଜୁ ଯୁବ ବହିନୀ’ ଗଢ଼ାଯାଇଛି। ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ରାଜ୍ୟର ଗରିବ ଘରର ପିଲାମାନଙ୍କ ସହିତ ଶତ୍ରୁତା କଣ ପାଇଁ? ଶିକ୍ଷକ ଭାଇ ଓ ଭଉଣୀମାନଙ୍କ ସହିତ କଣ ପାଇଁ ଛଳନା କରାଯାଉଛି?’ଆନ୍ଦୋଳନରତ ଶିକ୍ଷକଙ୍କୁ ସମର୍ଥନ ଜଣାଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି-“ଗତ ଦୁଇରୁ […]

d-pradhan

d-pradhan

Sampad Mahapatra
  • Published: Friday, 07 September 2018
  • Updated: 07 September 2018, 11:30 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): " ନିର୍ବାଚନ ଜିତିବା ପାଇଁ ‘ଆମ ଗାଁ ଆମ ବିକାଶ’ ଓ ‘ବିଜୁ ଯୁବ ବହିନୀ’ ଗଢ଼ାଯାଇଛି। ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ରାଜ୍ୟର ଗରିବ ଘରର ପିଲାମାନଙ୍କ ସହିତ ଶତ୍ରୁତା କଣ ପାଇଁ? ଶିକ୍ଷକ ଭାଇ ଓ ଭଉଣୀମାନଙ୍କ ସହିତ କଣ ପାଇଁ ଛଳନା କରାଯାଉଛି?'ଆନ୍ଦୋଳନରତ ଶିକ୍ଷକଙ୍କୁ ସମର୍ଥନ ଜଣାଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି-“ଗତ ଦୁଇରୁ ତିନି ସପ୍ତାହ ହେଲା ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ରାଜଧାନୀରେ ଆନ୍ଦୋଳନ କରୁଛନ୍ତି। ଯାହାଫଳରେ ସ୍କୁଲ ଗୁଡ଼ିକରେ ପାଠପଢ଼ା ଠପ୍‌ ହୋଇଯାଇଛି। ରାଜ୍ୟ ସରକାର ଶିକ୍ଷକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ। ଏଥିରେ ଅହଂକାର ଦେଖାନ୍ତୁ ନାହିଁ। ଏହାକୁ ପ୍ରତିଷ୍ଠାର ପ୍ରସଙ୍ଗ କରନ୍ତୁ ନାହିଁ କି ଗଣତନ୍ତ୍ରରେ ଉପରମୁହାଁ ହୁଅନ୍ତୁ ନାହିଁ। ଏହା ମୋର ଓଡ଼ିଶା ସରକାରଙ୍କୁ ବିନମ୍ର ଅନୁରୋଧ। ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟା ସମାଧାନ ନହେଲେ ରାଜ୍ୟର ୩୦ରୁ ୩୫ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ। ଶିକ୍ଷକଙ୍କ ଦାବି ପୂରଣ ପାଇଁ ଦରକାର ୮୦୦ କୋଟି ଟଙ୍କାର ଵର୍ଡନ୍‌।”

ସେ କହିଛନ୍ତି-“ଶିକ୍ଷକଙ୍କ ଦାବି ପୂରଣ କରିବା ପାଇଁ ଯଦି ରାଜ୍ୟ ସରକାର ପାଖରେ ଅର୍ଥ ନାହିଁ, ତାହାହେଲେ ‘ଆମ ଗାଁ ଆମ ବିକାଶ’ ନାଁରେ ନିର୍ବାଚନ ଜିତିବା ପାଇଁ ୧୨୦୦ କୋଟି ଟଙ୍କା ଓ ଦଳୀୟ କର୍ମୀମାନଙ୍କୁ ଟଙ୍କା ବାଣ୍ଟିବା ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରି ‘ବିଜୁ ଯୁବ ବହିନୀ’ ଗଢ଼ିବା ପାଇଁ ଅର୍ଥ କେଉଁଠୁ ଆସୁଛି? ଏପରି ମନୋବୃତ୍ତିରୁ ମୁଖ୍ୟମନ୍ତ୍ରୀ କ୍ଷାନ୍ତ ରୁହନ୍ତୁ।”

ରାଜ୍ୟ ସରକାର ଗ୍ରାଣ୍ଟ-ଇନ୍‌-ଏଡ୍‌ ଦିଆଯାଇଥିବା ନେଇ ସେ କହିଛନ୍ତି-“ଗ୍ରାଣ୍ଟ-ଇନ୍‌-ଏଡ୍‌ ନାଁରେ ଶିକ୍ଷକମାନଙ୍କୁ ଧୋକା ଦିଆଯାଇଛି। ରାଜ୍ୟ ସରକାର ଶିକ୍ଷକମାନଙ୍କ ସହିତ ଛଳନା କରିଛନ୍ତି। ଅହଂକାରୀ ଶାସନ ଯେତେବେଳେ ମଦମସ୍ତ ହୁଏ, ସେତେବେଳେ ସେମାନଙ୍କ ପାଟିରୁ ଭାଷା ବାହାରେ। କିଛି ଲୋକ ଭାବୁଛନ୍ତି ଓଡ଼ିଶା ଆମର ପୈତୃକ ସମ୍ପତ୍ତି। ଏହି ଅହଂକାରରୁ ଲୋକେ ସେମାନଙ୍କୁ ବାହାର କରିଦେବେ।”

ସେ କହିଛନ୍ତି-“ଶିକ୍ଷକଙ୍କ ସମସ୍ୟା ବୁଝିବା ରାଜ୍ୟ ସରକାରଙ୍କର। ଏଥିରେ କେନ୍ଦ୍ର ସରକାର କିଛି କରିବାର ନାହିଁ । କେନ୍ଦ୍ର ୧୪ତମ ଫାଇନାନ୍ସ କମିଶନରେ ଅଧିକ ଅର୍ଥ ଦେଇଥିଲେ। ଯେଉଁ ତେଲ ନେଇ ରାଜ୍ୟ ସରକାର ଆନ୍ଦୋଳନ କରୁଛନ୍ତି, ତାହା ଗତ ୪ ବର୍ଷରେ ୪୦୦୦ କୋଟିରୁ ଅଧିକ ଟଙ୍କା ଟିକସ ଦେଇଛି। ସେହି ଅର୍ଥ ଶିକ୍ଷକଙ୍କୁ ଦେଉନାହାନ୍ତି କାହିଁକି? କର୍ମୀଙ୍କୁ ଟଙ୍କା ବାଣ୍ଟିବା ପାଇଁ ବିଜୁ ବାହିନୀ ଗଢ଼ିବାକୁ ଟଙ୍କା ଅଛି, ଅଥଚ ଶିକ୍ଷକଙ୍କୁ ଦରମା ଦେବାକୁ ପଇସା ନାହିଁ? ଏପରି ସ୍ଥିତିରେ କେନ୍ଦ୍ର କ’ଣ କରିବ? କେନ୍ଦ୍ର ଅର୍ଥ ଦେଲା, ସେହି ଅର୍ଥକୁ ନେଇ ଦଳୀୟ କାମରେ ଖର୍ଚ୍ଚ କଲେ ରାଜ୍ୟ ସରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story