Advertisment

ବାତ୍ୟା ‘ୟାସ୍‌’ ମୁକାବିଲା ନେଇ ୩ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌‍’ର ମୁକାବିଲା ନେଇ ସୋମବାର ଭିଡିଓ କନଫରେନ୍ସିରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀ ଯୋଗଦେଇ ବାତ୍ୟା ୟାସ୍‌ର ମୁକାବିଲା ନେଇ ଆଲୋଚନା କରିଛନ୍ତି। ବାତ୍ୟା ‘ୟଶ୍’ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ କେନ୍ଦ୍ରମନ୍ତ୍ରୀ @PiyushGoyal ଜୀ, @mansukhmandviyaଜୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ […]

ଅଦ୍ୟତନ ହୋଇଛି
ବାତ୍ୟା ‘ୟାସ୍‌’ ମୁକାବିଲା ନେଇ ୩ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

High Level Meeting

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌‍’ର ମୁକାବିଲା ନେଇ ସୋମବାର ଭିଡିଓ କନଫରେନ୍ସିରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀ ଯୋଗଦେଇ ବାତ୍ୟା ୟାସ୍‌ର ମୁକାବିଲା ନେଇ ଆଲୋଚନା କରିଛନ୍ତି।

Advertisment

https://twitter.com/dpradhanbjp/status/1396792675165081603?s=20

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ‌୍‍ ଲେଖିଛନ୍ତି-“ଓଡ଼ିଶାରେ ‘ୟାସ୍‌’ ବାତ୍ୟାର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ ଓ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି। ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ଼ିଶାରେ ୫୨ଟି ଟିମ‌୍‍ ସମେତ ୫ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳରେ ୯୯ଟି ଟିମ୍‌ ଏନଡ଼ିଆରଏଫ୍‌ ମୁତୟନ ହୋଇଛନ୍ତି। ବାତ୍ୟା ୟାସ୍‌କୁ ଦୃଷ୍ଟିରେ ରଖି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଓ ଯାଜପୁରରେ ଏହି ଟିମ‌୍‍ ଗୁଡ଼ିକୁ ନିୟୋଜିତ କରାଯାଇଛି।”

https://twitter.com/dpradhanbjp/status/1396792265150853129?s=20

ସେ ଆହୁରି କହିଛନ୍ତି-“ବାତ୍ୟା ୟାସ୍‌ ମୁକାବିଲା କରିବା ପାଇଁ ତୈଳ, ଗ୍ୟାସ ଓ ଇସ୍ପାତ ଶିଳ୍ପ ପ୍ରସ୍ତୁତ ଅଛି। ପେଟ୍ରୋଲିୟମ ଉତ୍ପାଦ, ଅତ୍ୟାବଶ୍ୟକ ସାମଗ୍ରୀ, କୋଭିଡ-୧୯ ପରିଚାଳନା ପାଇଁ ମେଡ଼ିକାଲ ଅକ୍ସିଜେନ୍‌ର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆମ ସମସ୍ତ ଶିଳ୍ପ ପ୍ରତିଷ୍ଠାନ ପ୍ରସ୍ତୁତ ଅଛନ୍ତି । ମେଡ଼ିକାଲ ଅକ୍ସିଜେନର ଯୋଗାଣରେ କୌଣସି ସମସ୍ୟା ରହିବ ନାହିଁ। ବାତ୍ୟାର ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଇସ୍ପାତ ଶିଳ୍ପ ହସ୍ପିଟାଲ ଗୁଡ଼ିକୁ ମେଡ଼ିକାଲ ଅକ୍ସିଜେନ୍‌ ଯୋଗାଇବ।”

Advertisment

https://twitter.com/dpradhanbjp/status/1396791972799520768?s=20

ଶ୍ରୀ ପ୍ରଧାନ କହିଛନ୍ତି-“ଆସନ୍ତା ୨ -୩ ଦିନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପସ୍ୱରୂପ ପୂର୍ବତଟରେ ଥିବା ସମସ୍ତ ବଡ ଶିଳ୍ପାନୁଷ୍ଠାନ ତଥା ଭାରତ ସରକାରଙ୍କ ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟରେ ଥିବା ଶିଳ୍ପସଂସ୍ଥାରୁ ସ୍ୱଳ୍ପ ମାନବସମ୍ୱଳରେ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସମୁଦ୍ରରେ ଥିବା ସମସ୍ତ ଆସେଟ୍‌ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।”

ଆଜିର ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥାସମୂହ, ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହାଛଡ଼ା ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା(ଏନଡିଏମଏ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ), ଭାରତୀୟ ପାଣିପାଗ ବିଭାଗ, ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତୀୟ ତଟରକ୍ଷା ବାହିନୀ, ଭାରତୀୟ ନୌସେନା, ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ, ପୂର୍ବତଟର ଉଦ୍ୟୋଗସମୂହ, ବ୍ୟବସାୟ ସଂଘର ପ୍ରତିନିଧି ଯଥା ଏଫସିସିଆଇ ଏବଂ ଆସୋଚାମ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe