କେନ୍ଦ୍ରର ପଞ୍ଚାୟତ ପାଣ୍ଠିରେ ହାତ ନମାରୁ ରାଜ୍ୟ, ନାଚ-ଗୀତରେ ୩ ହଜାର କୋଟି ଖର୍ଚ୍ଚ: ଧର୍ମେନ୍ଦ୍ର

ଶ୍ରୀ ପ୍ରଧାନ ରାଜ୍ୟ ସଭାମଞ୍ଚରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିଶନ ସୁପାରିଶରେ ପଞ୍ଚାୟତଗୁଡ଼ିକୁ ସିଧାସଳଖ ଯେଉଁ ପାଣ୍ଠି ଦେଉଛନ୍ତି। ସେଥିରେ ରାଜ୍ୟ ସରକାର ହାତ ନମାରୁ ବୋଲି ତାଗିଦ୍ କରିଥିଲେ।

Dharmendra Pradhan PhotoTwitter

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବୋଧନ ଦେଉଛନ୍ତି

Ordigital Desk
  • Published: Friday, 17 February 2023
  • Updated: 17 February 2023, 09:41 PM IST

Sports

Latest News

କେନ୍ଦ୍ର ସରକାର ସିଧାସଳଖ ପଂଚାୟତଗୁଡ଼ିକୁ ଯେଉଁ ପାଣ୍ଠି ଦେଉଛନ୍ତି ସେଥିରେ ରାଜ୍ୟ ସରକାର ହାତ ନମାରନ୍ତୁ। କନଭରଜେନ୍ସ ନାଁରେ ପଂଚାୟତକୁ କେନ୍ଦ୍ର ସରକାର ଦେଉଥିବା ଟଙ୍କାକୁ ରାଜ୍ୟ ସରକାର ଉଠାଇ ଦେଉଛନ୍ତି। ନାଚଗୀତ କରି ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଦେଲେ। କେନ୍ଦ୍ର ସରକାରଙ୍କ ୮୫୦୦ କୋଟି ଟଙ୍କା ଫେରସ୍ତ ଚାଲିଗଲା। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶରେ ପଞ୍ଚାୟତିରାଜ ସଂସ୍ଥା ଗୁଡ଼ିକୁ କେନ୍ଦ୍ର ସରକାର ପାଣ୍ଠି ଦେଉଛନ୍ତି, ଅନ୍ତତଃ ପକ୍ଷେ ଏହି ପାଣ୍ଠିରେ ରାଜ୍ୟ ହାତ ନମାରୁ ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଆଜି ଭୁବନେଶ୍ୱରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ‘ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ ଗଠନ’ ଶୀର୍ଷକ ୩ ଦିନିଆ ରାଷ୍ଟ୍ରୀୟ କର୍ମଶାଳାକୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଶ୍ରୀ ପ୍ରଧାନ ରାଜ୍ୟ ସଭାମଞ୍ଚରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିଶନ ସୁପାରିଶରେ ପଞ୍ଚାୟତଗୁଡ଼ିକୁ ସିଧାସଳଖ ଯେଉଁ ପାଣ୍ଠି ଦେଉଛନ୍ତି। ସେଥିରେ ରାଜ୍ୟ ସରକାର ହାତ ନମାରୁ ବୋଲି ତାଗିଦ୍ କରିଥିଲେ। କନଭରଜେନ୍ସ ପାଣ୍ଠି ନାଁରେ ରାଜ୍ୟ ସରକାର ଟଙ୍କା ଉଠାଇ ଦେଉଛନ୍ତି । ସରପଂଚ, ଜିଲ୍ଲାପରିଷଦ ଓ ଅଧ୍ୟକ୍ଷଙ୍କ ପାଣ୍ଠିରେ ହାତ ମରାନଯାଉ । ରାଜ୍ୟରେ ଯେପର୍ଯ୍ୟନ୍ତ ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ସଠିକ୍ ଭାବେ ସଶକ୍ତ ନହେବେ ସେମାନଙ୍କୁ ସାମିଲ କରାନଯିବ ତା’ହେଲେ କେନ୍ଦ୍ରୀୟ ଯୋଜନାଗୁଡ଼ିକ ସଠିକ୍ ରୂପାନ୍ୱୟନ ହୋଇପାରିବ ନାହିଁ । ରାଜ୍ୟରେ ମିଶନଶକ୍ତିର ମହିଳାମାନେ ଆଉ କେତେଦିନ ପାମ୍ପଡ଼, ବଡ଼ି, ଆଚାର କରିବେ? ସେମାନେ କାହିଁକି ଇ-କମର୍ସ ବ୍ୟବସାୟ ନକରିବେ । ମୟୂରଭଞ୍ଜ ଜିଲ୍ଲାରୁ ଯଦି ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଆସି ସଫଳ ହୋଇପାରୁଛନ୍ତି ତେବେ ଅନ୍ୟ ମହିଳାମାନେ କାହିଁକି ସଫଳ ନହେବେ । ଗ୍ରାମାଂଚଳରେ ୭୦%ରୁ ଅଧିକ ଲୋକ ବାସ କରୁଥିବାବେଳେ ମହିଳାଙ୍କ ସଂଖ୍ୟା ଅଧିକ । ଗାଁରେ ରାସ୍ତା, ପାନୀୟଜଳ, ଘର, ବ୍ୟାଙ୍କ ଖାତା, ରୋଜଗାର ସମେତ ମୌଳିକ ବ୍ୟବସ୍ଥା ସୁଦୃଢ଼ ହେଲେ ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକ ସଶକ୍ତ ହେବେ । ଚଳିତ ବଜେଟରେ ମହିଳାଙ୍କୁ ଉଦ୍ୟୋଗୀ କରିବା ପାଇଁ ଅନେକ ଯୋଜନା ହୋଇଛି । ପଂଚାୟତିରାଜ ପ୍ରତିନିଧିମାନେ ଦିଲ୍ଲୀରେ ହେଉଥିବା ଯୋଜନାକୁ ନବୁଝିବେ, ସେପର୍ଯ୍ୟନ୍ତ ତାହା କେବଳ ଯୋଜନାରେ ସୀମିତ ହୋଇ ରହିଯିବ । ଗାଁର ବିକାଶ ହେଲେ ହିଁ ମହିଳା ଓ ଶିଶୁଙ୍କ ବିକାଶ ସମ୍ଭବପର ହୋଇପାରିବ ।

Also Read

ଓଡ଼ିଶାରେ ନବଜାତ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା କହି ଶ୍ରୀ ପ୍ରଧାନ ଉଦବେଗ ବ୍ୟକ୍ତ କରିଛନ୍ତି । ଏନଏଫଏଚଏସ୍ ସର୍ଭେ ଅନୁସାରେ ରାଜ୍ୟର ୧୯% ନବଜାତ ଶିଶୁଙ୍କର କମ୍ ଓଜନ ଥିବାବେଳେ ୩୧% ପୃଷ୍ଟିହୀନର ଶିକାର । ୧୮% ଉଚ୍ଚତା କମ୍ ଓ ୬୦%ରୁ ଅଧିକ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡ଼ିତ, ଯାହା ଚିନ୍ତାଜନକ । ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନର ୧୦୦ବର୍ଷ ପୂରଣ କରିବ ଓ ୨୫ବର୍ଷ ପରେ ଦେଶ ସ୍ୱାଧୀନତାର ୧୦୦ବର୍ଷ ପୂରଣ କରିବ । ଏବେଠୁ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ନଦେଲେ ଓଡ଼ିଶା ସମୃଦ୍ଧଶାଳୀ ହେବ ନାହିଁ । କେନ୍ଦ୍ର ସରକାରଙ୍କ ସହଯୋଗରେ ଶିଶୁ ଓ ମହିଳାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ ନିମନ୍ତେ ହେଉଥିବା ଯୋଜନାର ସଠିକ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନେବାକୁ ସେ ପରାମର୍ଶ ଦେଇଥିଲେ । ଶ୍ରୀ ପ୍ରଧାନ ଏହି ଅବସରରେ ଓଡ଼ିଶାରେ ମହିଳା ଓ ଶିଶୁଙ୍କ ସହ ଜଡ଼ିତ ଯୋଜନାରେ ମୋଦି ସରକାର ପ୍ରାୟ ୧.୮୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିବାର ହିସାବ ଦେଇଛନ୍ତି । ରାଜ୍ୟରେ ପିଏମଶ୍ରୀ ଯୋଜନା ଲାଗୁ ପାଇଁ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ କରିଛନ୍ତି । ଏହାଦ୍ୱାରା ଓଡ଼ିଶାରେ ଅଧିକ ୮୦୦ଟି ସ୍କୁଲ ଆସିବ ଓ ଏବାବଦରେ ୧୬୦୦କୋଟି ଟଙ୍କା ମିଳିବ । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏମଓୟୁ ସ୍ୱାକ୍ଷର କରୁନାହାନ୍ତି। ଶ୍ରୀ ପ୍ରଧାନ ଏହି ପିଏମଶ୍ରୀ ଯୋଜନାକୁ ଲାଗୁ କରିବା ସହ ରାଜ୍ୟ ସରକାର ଓ ପଂଚାୟତ ପ୍ରତିନିଧିମାନଙ୍କୁ ମୋଟ ୮ଟି ପ୍ରସ୍ତାବ ଓ ପରାମର୍ଶ ଦେଇଥିଲେ ।

ଅନ୍ୟପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଇଥିବା ତଥ୍ୟକୁ ଖାରଜ କରିଛନ୍ତି । ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜାଣିନାହାନ୍ତି । ଓଡ଼ିଶାର ପଂଚାୟତିରାଜ ବିଭାଗ ଉନ୍ନତମାନର କାର୍ଯ୍ୟ କରୁଛି ବୋଲି ଜାତୀୟସ୍ତରରେ ବିଭିନ୍ନ ସଂସ୍ଥା ପକ୍ଷରୁ ବିଭାଗକୁ ପୁରସ୍କାର ମିଳୁଛି । ୩୦ରୁ ୩୦ ଜିଲ୍ଲା ପରିଷଦ ହାରିବା ପରେ ରାଜ୍ୟ ବିଜେପି ନେତାମାନେ ନିରାଶ ଓ ହତାଶ ହୋଇ କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ୍ ତଥ୍ୟ ଦେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ତଥ୍ୟ ସଂଗ୍ରହ କଲେ ତାଙ୍କ ମନରେ ଥିବା ସଂଶୟ ଦୂର ହୋଇପାରିବ । ବିଜେପିର ରାଜ୍ୟ ନେତାମାନେ ଭୁଲ୍ ତଥ୍ୟ ଦେଉଛନ୍ତି, ତେଣୁ ଏସବୁ ଭୁଲ୍ ବିବୃତ୍ତିରୁ ବିରତ ରହିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିଜେଡି ପରାମର୍ଶ ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story