Advertisment

‘ମନ୍ତ୍ରୀ ଯଦି ସମ୍ପୃକ୍ତ ନାହାନ୍ତି, କାହିଁକି ଧମକାଉଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଯଦି ପରୀକୁ ୪ ମାସ ଭିତରେ ନ୍ୟାୟ ଦିଆଯାଇ ପାରିଲା ନାହିଁ, ଅଭିଯୁକ୍ତଙ୍କୁ ଗିରଫ କରାଯାଇପରିଲା ନାହିଁ, ତା’ହେଲେ ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ମାମଲରେ ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ନାଁ […]

ଅଦ୍ୟତନ ହୋଇଛି
ବାତ୍ୟା ଅନୁଧ୍ୟାନକାରୀ ଟିମକୁ ଭେଟିଲା ବିଜେପି ପ୍ରତିନିଧି ଦଳ

pratap-sarangi-press-meet

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଯଦି ପରୀକୁ ୪ ମାସ ଭିତରେ ନ୍ୟାୟ ଦିଆଯାଇ ପାରିଲା ନାହିଁ, ଅଭିଯୁକ୍ତଙ୍କୁ ଗିରଫ କରାଯାଇପରିଲା ନାହିଁ, ତା’ହେଲେ ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Advertisment

ସେ କହିଛନ୍ତି, କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ମାମଲରେ ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ନାଁ ରହିଥିବା ଅଭିଯୋଗ ରହିଛି । ଯଦି ମନ୍ତ୍ରୀଙ୍କର ଏଥିରେ ସମ୍ପୃକ୍ତି ନାହିଁ, ତା’ହେଲେ ସେ କାହିଁକି ପରୀର ପରିବାର ଲୋକଙ୍କୁ ଧମକାଉଛନ୍ତି । କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନି। କାହିଁକି ତାଙ୍କୁ ଥାନାକୁ ଡାକି ଜେରା କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ମାମଲରେ ରାଜ୍ୟ ସରକାରଙ୍କ ଏସଆଇଟି ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ତେଣୁ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ।

Advertisment

ଶ୍ରୀ ଷଡ଼ଙ୍ଗୀ ଆହୁରି କହିଛନ୍ତି, ପରୀକୁ ନ୍ୟାୟ ମିଳୁ ବୋଲି କଂଗ୍ରେସ ଚାହୁଁନି । ତେଣୁ ଏହି ମାମଲାରେ ସେ ହାତ ଝାଡ଼ି ଦେଇଛି । କିନ୍ତୁ ପରୀକୁ ନ୍ୟାୟ ନ ମିଳିବା ଯାଏଁ ବିଜେପି ଆନ୍ଦୋଳନ ଜାରି ରଖିବ । ତୃଣମୂଳ ସ୍ତରକୁ ଯିବୁ ଓ ଦରକାର ପଡ଼ିଲେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବୁ ବୋଲି ସେ କହିଛନ୍ତି ।

Pratap Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe