Advertisment

ଅନୁଗୋଳରେ ସ୍ଥାପନ ହେଉ ସିଟିଟିସିର ସମ୍ପ୍ରସାରଣ କେନ୍ଦ୍ର : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଥିବା କେନ୍ଦ୍ର ଟୁଲରୁମ୍ ଓ ତାଲିମ କେନ୍ଦ୍ର(ସିଟିଟିସି)ର ଏକ ସମ୍ପ୍ରସାରଣ କେନ୍ଦ୍ର ଅନୁଗୋଳଠାରେ ସ୍ଥାପନ କରିବା ନିମନ୍ତେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କ୍ଷୁଦ୍ର ଆଧାରିତ ଶିଳ୍ପ ପାଇଁ ପ୍ରଡକ୍ସନ, ଡିଜାଇନ୍‌, କନ୍ସୁଲଟାନ୍ସି ପ୍ରଦାନ କରିବା ପାଇଁ ଏମଏସଏମଇ ବିଭାଗ ପକ୍ଷରୁ ଟୁଲ୍ ରୁମ୍ ଏବଂ ଟୁଲ୍ ଡିଜାଇନ(ଟିଆର/ଟିଡି) କେନ୍ଦ୍ର ପ୍ରତିଷ୍ଠା […]

“ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବେଶୀ ଲାଭ ପାଇବେ”

dharmendra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଥିବା କେନ୍ଦ୍ର ଟୁଲରୁମ୍ ଓ ତାଲିମ କେନ୍ଦ୍ର(ସିଟିଟିସି)ର ଏକ ସମ୍ପ୍ରସାରଣ କେନ୍ଦ୍ର ଅନୁଗୋଳଠାରେ ସ୍ଥାପନ କରିବା ନିମନ୍ତେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି।

Advertisment

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କ୍ଷୁଦ୍ର ଆଧାରିତ ଶିଳ୍ପ ପାଇଁ ପ୍ରଡକ୍ସନ, ଡିଜାଇନ୍‌, କନ୍ସୁଲଟାନ୍ସି ପ୍ରଦାନ କରିବା ପାଇଁ ଏମଏସଏମଇ ବିଭାଗ ପକ୍ଷରୁ ଟୁଲ୍ ରୁମ୍ ଏବଂ ଟୁଲ୍ ଡିଜାଇନ(ଟିଆର/ଟିଡି) କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଭୁବନେଶ୍ୱରରେ ଥିବା ସିଟିଟିସି ଦେଶର ୧୦ତମ ଟିଆର/ଟିଡି ମଧ୍ୟରେ ଥିବାବେଳେ ଏହାର ସଂପ୍ରସାରଣ କେନ୍ଦ୍ର ଯାଜପୁର ଏବଂ ରାୟଗଡ଼ାରେ ରହିଛି। ଏହି କେନ୍ଦ୍ର ସ୍ଥାନୀୟ ଅଂଚଳରେ ବୈଷୟିକ ଦକ୍ଷତା ପ୍ରଦାନ କରି ମାନବସମ୍ବଳ ସହ ନିଯୁକ୍ତି ସୃଷ୍ଟି କରୁଛି, ଯାହା କ୍ଷୁଦ୍ର ଶିଳ୍ପର ବିକାଶରେ ସହାୟକ ହୋଇଛିା ଓଡ଼ିଶାର ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳୀ ଅନୁଗୋଳଠାରେ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଶ୍ରୀ ପ୍ରଧାନ ଆଜି ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବିତ ତାଲିମ କେନ୍ଦ୍ର ସ୍ଥାନୀୟ ଅଂଚଳରେ ନିଯୁକ୍ତିଭିତ୍ତିକ ଜ୍ଞାନକୌଶଳ ତାଲିମ୍ ଦେବାର ସୁବିଧା ପ୍ରଦାନ କରିବ। ଅନୁଗୁଳରେ ଶିଳ୍ପର ବିକାଶ ଏବଂ ସ୍ଥାନୀୟ ଅଂଚଳରେ ମାନବସମ୍ବଳର ବୈଷୟିକ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ତଥା ଅନୁଗୁଳରେ ପ୍ରସ୍ତାବିତ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ସ୍ଥାପନା ପାଇଁ ବିଚାର କରିବାକୁ ଶ୍ରୀ ପ୍ରଧାନ ଆଜି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ଅନୁରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe