/odisha-reporter/media/post_attachments/uploads/2021/04/pipili-by-poll.jpg)
pipili by bypoll
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ବିଜେପି ନିଜର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଷ୍ଟାର ପ୍ରଚାରକ ତାଲିକାରେ ୩ଜଣ କେନ୍ଦ୍ରମନ୍ତ୍ରୀ ଥିବାବେଳେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟପାଲ ସିଂ ତୋମର ବି ସାମିଲ ଅଛନ୍ତି। ତେବେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଏଥର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଛି।
ବିଜେପି ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ଗତକାଲି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡ଼ୁ, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୋହନ ଚରଣ ମାଝୀ, ସମ୍ବିତ ପାତ୍ର, ମନମୋହନ ସାମଲ, କେଭି ସିଂହଦେଓ, ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ବି ସାମିଲ ରହିଛି ।
କରୋନା କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପିପିଲିରେ ନିର୍ବାଚନ ପ୍ରଚାର କାର୍ଯ୍ୟ ୨୦ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ କରିବା ନିମନ୍ତେ ଅନୁମତି ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
